ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦ୍ରୂପ : ‘ଦୁର୍ନୀତି ଭାରତ ଛାଡ଼, ବଂଶବାଦ ଭାରତ ଛାଡ଼’

ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦ୍ରୂପ : ‘ଦୁର୍ନୀତି ଭାରତ ଛାଡ଼, ବଂଶବାଦ ଭାରତ ଛାଡ଼’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଦେଶବ୍ୟାପୀ ‘ବିଜେପି’ ବିରୋଧରେ କାର୍ଯ୍ୟକ୍ରମ ଚଳାଇଥିବା କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ଦଳମାନଙ୍କୁ ବି ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି, ଆଜି, ଭାରତବାସୀ ଏକସ୍ବରରେ କହୁଛନ୍ତି: ଦୁର୍ନୀତି ଭାରତ ଛାଡ଼, ବଂଶବାଦ ଭାରତ ଛାଡ଼, ତୁଷ୍ଟୀକରଣ ଭାରତ ଛାଡ଼। ଦୁର୍ନୀତି, ବଂଶବାଦ ଓ ତୁଷ୍ଟୀକରଣ ରାଜନୀତି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳମାନଙ୍କୁ ଦୋଷ ଦେଇ ଆସୁଛନ୍ତି। ତେଣୁ, ସେମାନଙ୍କୁ ପରିତ୍ୟାଗ କରିବା ଲାଗି ସେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟୁଇଟ୍‌ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ବିଜେପି’ ସାଂସଦ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ଯଦି ଦେଶର ଗଣତାନ୍ତ୍ରିକ ଢାଞ୍ଚାକୁ ସୁରକ୍ଷିତ ରଖିବାକୁ ହେଲେ ପରିବାର ଶାସନ ଓ ଦୁର୍ନୀତିକୁ ଭାରତ ଛାଡ଼ିବାକୁ ପଡ଼ିବ।