ଭାଇକୁ ପଥରରେ ଛେଚି ହତ୍ୟା କଲା ଭାଇ
ଭୁବନେଶ୍ବର : ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।ଖବର ଅନୁଯାୟୀ, ପାରିବାରିକ କଳହକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଲାଗିଥିଲା । ଶେଷରେ ଉତ୍କ୍ଷିପ୍ତ ହୋଇ ନିଜ ଭାଇକୁ ବି ହତ୍ୟା କରିବା ପାଇଁ ପଛେଇଲାନି ଭାଇ । ପଥରରେ ଛେଚି ହତ୍ୟା କରିଛି ଭାଇ । ମୃତକଙ୍କ ନାମ ଜଗନ ହୋଇଥିବା ବେଳେ ଘର ଚନ୍ଦକା ଥାନା ଅନ୍ତର୍ଗତ ବିନ୍ଧଗିରି ଗାଁରେ ବୋଲି ଜଣାପଡିଛି । ଚନ୍ଦକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ ବୋଲି ସୂଚନା ମିଳିଛି ।




user1 