ଓଲଟିଲା ତେଲ ବୋଝେଇ ଟ୍ୟାଙ୍କର, ବୋହିନେଲେ ଲୋକେ
ସମ୍ୱଲପୁର : ଓଲଟିଲା ତେଲ ବୋଝେଇ ଟ୍ୟାଙ୍କର । ବୋହିନେଲେ ଲୋକେ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଯୁଯୁମୁରା ବ୍ଲକ ଜାତୀୟ ରାଜପଥ ଡଙ୍ଗାଜୋରରେ । ଗଙ୍ଗାମାତା ମନ୍ଦିର ନିକଟରେ ଓଲଟିଥିଲା ତେଲ ବୋଝେଇ ଟ୍ୟାଙ୍କର । ତେବେ ତେଲ ବୋଝେଇ ଟ୍ୟାଙ୍କର ଓଲଟିବା ପରେ ଦେଖିବାକୁ ମିଳିଥିଲା ଅଜବ ଦୃଶ୍ୟ ।
ତେଲ ଟ୍ୟାଙ୍କର ଓଲଟିଥିବା ଖବର ପାଇ ସ୍ଥାନୀୟ ଲୋକେ ଗରା, ବାଲଟି ଧରି ପହଞ୍ଚିଥିଲେ ତେଲ ଆଣିବାକୁ । ଆଉ ପାଣିରେ ଭାସୁଥିବା ତେଲକୁ ଛାଣି ଛାଣି ଘରକୁ ନେଇଥିଲେ ଲୋକେ । କହିବାକୁ ଗଲେ କାହାର ମଜା ତ କାହାର ଦୁଃଖ । ଓଲଟିଥିବା ଟ୍ୟାଙ୍କର ପ୍ରତି ଦୟା ପରିବର୍ତ୍ତେ ତେଲ ନେବାରେ ବ୍ୟସ୍ତ ଥିଲେ ସ୍ଥାନୀୟ ମହିଳାଠୁ ପୁରୁଷ ।




user1 