ହାଜର ନହେଲେ ବନ୍ଧା ହେବେ ଶ୍ରଦ୍ଧାଞ୍ଜଳି

ହାଜର ନହେଲେ ବନ୍ଧା ହେବେ ଶ୍ରଦ୍ଧାଞ୍ଜଳି

କଟକ  : ଅର୍ଚ୍ଚନା ନାଗ କେଳେଙ୍କାରୀ ପ୍ରସଙ୍ଗ । ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ । ସିବିଆଇ କୋର୍ଟରେ ହଜାର ହେବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ନିର୍ଦ୍ଦେଶ ।ଖବର ଅନୁଯାୟୀ, ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ଶ୍ରଦ୍ଧାଞ୍ଜଳୀଙ୍କୁ ନୋଟିସ୍‌ ହୋଇଥିଲା । ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ବି ସିବିଆଇ କୋର୍ଟରେ ହାଜର ହେଉନଥିଲେ ଶ୍ରଦ୍ଧାଞ୍ଜଳି । ଏନେଇ ଏନବିଡବ୍ଲୁ ଜାରି କରିଛନ୍ତି ସିବିଆଇ କୋର୍ଟ । ପରବର୍ତ୍ତୀ ତାରିଖରେ ହାଜର ନହେଲେ ବନ୍ଧା ହେବେ ଶ୍ରଦ୍ଧାଞ୍ଜଳି । ନିଜେ ହାଜର ନହୋଇ ଓକିଲ ଜରିଆରେ ହାଜର ହେବାକୁ ପ୍ରାର୍ଥନା କରିଥିଲେ ଶ୍ରଦ୍ଧାଞ୍ଜଳି ।
ସୂଚନାଯୋଗ୍ୟ ଯେ, ବ୍ଲାକମେଲ୍‌ ମାମଲାରେ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିଲା ପୋଲିସ । ଏହାପରେ ତାଙ୍କ ସ୍ୱାମୀ ଓ ସହଯୋଗୀଙ୍କୁ ବି ଗିରଫ କରାଯାଇଥିଲା । ଗିରଫ ପରେ ଅର୍ଚ୍ଚନା ନାଗ ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି।