ଦାମ୍ପତ୍ୟ ଜୀବନ ସୁଖମୟ କରିବା ପାଇଁ ....
ବାସ୍ତୁ ଶାସ୍ତ୍ରରେ ଅନେକ ଉପାୟ ଅନେକ ବାସ୍ତୁ ଦୋଷ ଦୂର କରି ହୋଇଥାଏ । ଫିଟିକିରି ସହ ଜଡିତ କିଛି ସରଳ ଉପାୟ ଆପଣାଇ ଅନେକ ସମସ୍ୟା ଦୂର କରି ହେବ । ଘରୁ ନକରାତ୍ମକ ଶକ୍ତି ଦୂର ପାଇଁ ଘରର କୌଣସି କୋଣରେ ଫିଟିକିରି ନିଶ୍ଚୟ ରଖନ୍ତୁ । ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ବାସ୍ତୁ ସମସ୍ୟା ଦୂର ପାଇଁ ଫିଟିକିରିକୁ ଏକ ଲାଲ କପଡାରେ ବାନ୍ଧି ଏହାକୁ ରୋଷେଇ ଘରେ ରଖନ୍ତୁ । ଏହାଦ୍ୱାରା ବାସ୍ତୁ ଦୋଷ ଦୂର ହେବା ସହ ଅନେକ ସମସ୍ୟା ଦୂର ହୋଇଥାଏ । କଳହ ହେଉଥିଲେ, ଅଶାନ୍ତି ଲାଗି ରହୁଥିଲେ, ଶୟନ କକ୍ଷରେ ଝରକା ନିକଟରେ ଏକ ପାତ୍ରରେ ଫିଟିକିରି ରଖନ୍ତୁ । ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ଧନହାନୀ ସହ ଟଙ୍କାର ଅଭାବ ଲାଗି ରହୁଥିଲେ ନିଜ ପର୍ସରେ ଏକ ଛୋଟ ଖଣ୍ଡ ଫିଟିକିରି ରଖନ୍ତୁ । ଏହାଦ୍ୱାରା ଧନ ବୃଦ୍ଧି ସହ ଅଭାବ ଦୂର ହେବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥିଲେ, ତକିଆ ତଳେ ଏକ ଛୋଟ ଖଣ୍ଡ ଫିଟିକିରି ରଖି ଶୁଅନ୍ତୁ । ଏହି ସମସ୍ୟା ଦୂର ହେବ ।




admin 