ସମୀକ୍ଷା ହେବ, ବିଜେଡି-ବିଜେପି ହିଁ ରାଜନୀତି କରିବେ: ମନମୋହନ ସାମଲ
ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ବାଜିମାତ କରିଥିବାବେଳେ ଏହାରି ଭିତରେ ବିଜେପି ରାଜ୍ୟସଭାପତି ମନମୋହନ ସାମଲ ନିଜ ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ ଝାରସୁଗୁଡ଼ା ଉପନିର୍ବାଚନ ନେଇ ସମୀକ୍ଷା ହେବ । ଓଡ଼ିଶାରେ ପୋଲାରାଇଜେସନ ଆରମ୍ଭ ହୋଇଛି । ପୋଲାରାଇଜେସନରେ କଂଗ୍ରେସ ଏକପ୍ରକାର ପ୍ରତ୍ୟାଖାନ ହୋଇଛି । ଏହି ପୋଲାରାଇଜେସନରେ ବିଜେଡି ଓ ବିଜେପି ହିଁ ରାଜନୀତି କରିବେ । ଉପନିର୍ବାଚନ ଫଳାଫଳ ପ୍ରାୟତଃ ଶାସକ ଦଳ ସପକ୍ଷରେ ଯାଇଥିଲେ । ଉପନିର୍ବାଚନ ଫଳାଫଳକୁ ସାଧାରଣ ନିର୍ବାଚନ ସହ ତୁଳନା କରିବା ଅନୁଚିତ । ବିଜେପି ବହୁ ଉତଥାନ ପତନ ଦେଖିଛି । ଦଳ ପୁଣି ଆଗକୁ ବଢିବ । ଝାରସୁଗୁଡ଼ାରେ ବିଜେପି ବହୁ ସଂଘର୍ଷପୂର୍ଣ୍ଣ ସ୍ଥିତିରେ ବିଜେପି ନିର୍ବାଚନ ଲଢୁଥିଲା । ଫଳାଫଳ ନେଇ ସମୀକ୍ଷା କରାଯିବ । ନିର୍ଯାସ ଅନ୍ୟ ସ୍ଥାନରେ ପ୍ରୟୋଗ ହେବ ବୋଲି ବିଜେପି ରାଜ୍ୟସଭାପତି ମନମୋହନ ସାମଲ କହିଛନ୍ତି ।
ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଜାରି ରହିଥିବା ଭୋଟ ଗଣତି ଶେଷ ହୋଇଛି । ସମସ୍ତ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ବାଜିମାତ କରିଛନ୍ତି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ସେ ପରାସ୍ତ କରିଛନ୍ତି । ଏନେଇ କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି । ମୋଟ ୪୮ ହଜାର ୬୧୯ ଭୋଟରେ ଦୀପାଳି ଦାସ ବିଜୟୀ ଲାଭ କରିଛନ୍ତି । ରାଉଣ୍ଡ ୧୯ ସୁଦ୍ଧା ବିଜେଡି ୧୦୭୦୦୩ଟି ଭୋଟ ହାତେଇଥିବାବେଳେ ବିଜେପି ୫୮୩୮୪ ଓ କଂଗ୍ରେସ ୪୪୭୩ଟି ଭୋଟ ହାତେଇବାରେ ସକ୍ଷମ ହୋଇଛି ।
ପ୍ରକାଶ ଯେ ଭୋଟ ଗଣତି ଆରମ୍ଭରୁ ହିଁ ବିଜେଡି ଆଗକୁ ଆଗକୁ ମାଡ଼ି ଚାଲିଥିଲା । ବିଜେଡିର ଭୋଟ ଗାଡ଼ି ଅଟକି ନଥିଲା । ରାଉଣ୍ଡ ପରେ ରାଉଣ୍ଡ ଭୋଟ ଗଣତି ଆଗକୁ ଚାଲିଥିବାବେଳେ ବିଜେଡିର ଦୀପାଳି ଦାସଙ୍କ ଭୋଟ ବ୍ୟବଧାନ ବି ବଢିଚାଲିଥିଲା । ପ୍ରଥମ ରାଉଣ୍ଡରୁ ହିଁ ବିଜେଡି ଉଭୟ ବିଜେପି ଓ କଂଗ୍ରେସ ସହ ଅନ୍ୟ ପ୍ରାର୍ଥୀଙ୍କୁ ପଛରେ ପକାଇ ଆଗକୁ ମାଡ଼ିଚାଲିଥିଲା ।
ପ୍ରକାଶ ଯେ




admin 