ଲୋକପ୍ରିୟ ‘ଖୋକା ଭାଇ’ଗୀତ 

ଲୋକପ୍ରିୟ ‘ଖୋକା ଭାଇ’ଗୀତ 

ଲୋକପ୍ରିୟ ‘ଖୋକା ଭାଇ’ଗୀତ 
ଓଡିଆ ସଂଗୀତ ଜଗତା ଅପ୍ରତିଦ୍ୱନ୍ଦୀ ବାଦଶାହା ଥିଲେ ଅକ୍ଷୟ ମହାନ୍ତି । ସବୁ ପ୍ରକାର ଗୀତର ମୋଡ ବଦଳାଇ ଶ୍ରୋତାଙ୍କୁ ଭିନ୍ନ ସ୍ୱାଦର ସଂଗୀତ ଭେଟି ଦେଉଥିଲେ ସେ । ଏକଧାରାରେ କହିବାକୁ ଗଲେ, ସେ ଜଣେ ଗୀତିକାର, ସ୍ୱର ସଂଯୋଜକ, ସଂଗୀତ ନିର୍ଦ୍ଦେଶକ, ଅଭିନେତା ଏବଂ ଲେଖକ ଭାବରେ ନିଜର ଛାପ ଛାଡି ଯାଇଛନ୍ତି । ୧୯୩୬ ମସିହା ଅକ୍ଟୋବର ୧୨ରେ ଜନ୍ମଗ୍ରହଣ କରିଥିଲେ ଅକ୍ଷୟ ମହାନ୍ତି ଓରଫ୍‌ ଖୋକା ଭାଇ । ଏହି ନାମରେ ସେ ବେଶ୍‌ ଜଣାଶୁଣା । ଭଜନ, ଓଡିଶୀ, ଆଧୁନିକ, ସୁଗମ, ଲୋକ ସଂଗୀତ, ଚଳଚ୍ଚିତ୍ର ସଂଗୀତ ସହ କିମ୍ବଦନ୍ତୀକୁ ନେି ମଧ୍ୟ ସେ ଗୀତ ସୃଷ୍ଟି କରିପାରିଛନ୍ତି । ସେ ଥିଲେ ଆକାଶବାଣୀର ଶୀର୍ଷ ସ୍ତରର ଗାୟକ ଓ ସଙ୍ଗୀତ ସଂଯୋଜକ । ଜୟଦେବ ସମ୍ମାନ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ବହୁବାର ଓଡିଶା ସିନେକ୍ରିଟିକ୍‌ ଆସୋସିଏସନ୍‌ ପକ୍ଷରୁ ସମ୍ମାନିତ ମଧ୍ୟ ହୋଇଛନ୍ତି । ୨୦୦୨ରେ ଏହି ମହାନ୍‌ କଳାକାରଙ୍କର ଦେହାନ୍ତ ଘଟିଥିଲା ।