ସୁପର ଚିଫ ମିନିଷ୍ଟର ଜଣେ ସଚିବ : ବିରୋଧୀ ଦଳ ନେତା

ସୁପର ଚିଫ ମିନିଷ୍ଟର ଜଣେ ସଚିବ : ବିରୋଧୀ ଦଳ ନେତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଦୁଇ ଥର ନବ ଦାସ ଓ ୫-ଟି ପ୍ରସଙ୍ଗରେ ନିଜଆଡ଼ୁ ବିବୃତି ଗୃହରେ ରଖିଲେ। କିନ୍ତୁ ଯେଉଁ କଲେଜ ଛାତ୍ରଛାତ୍ରୀମାନଙ୍କୁ ବୁହା ହୋଇ ଅଣାଗଲା ସେଇଟା କେଉଁ ପ୍ରକାର ଜନ ଶୁଣାଣି। ହେଲିକପ୍ଟର ହିସାବ ଆମେ ମାଗି ନଥିଲୁ ସେଇଟା ଦେଲେ ଆଉ କହିଲେ ୪୦ କୋଟି ବୋଲି। କିନ୍ତୁ ଟେଣ୍ଟ ଓ ଚେୟାର ପକେଇବା ପାଇଁ ହୋଇଥିବା ଖର୍ଚ୍ଚ କେତେ? ସିକ୍ୟୁରିଟି ଆରେଜମେଣ୍ଟର ଖର୍ଚ୍ଚ କେତେ ତାହାର ହିସାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ। ଆଜି ବିଧାନସଭାରେ ଏଭଳି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ବିରୋଧୀ ଦଳ ନେତା ଆହୁରି କହିଛନ୍ତି, ପାଲଲହଡା ବିଧାୟକଙ୍କ ବାହାଘର ଓ ତାଳଚେର ବିଧାୟକଙ୍କ ବାପାଙ୍କ ଶୁଦ୍ଧିକ୍ରିୟାରେ ୫-ଟି ସଚିବ ଯିବା ସମୟରେ ହେଲିକପ୍ଟର ବ୍ୟବହାର କଣ ପାଇଁ ହେଲା? କଟକ ଓ ଖୋର୍ଦ୍ଧା କେତେ ଦୂର? ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁ ରେ ବୁକ ଥିବା ହେଲିକପ୍ଟରକୁ କଟକ ଯିବା ପାଇଁ ୫-ଟି ସଚିବ ବ୍ୟବହାର କଲେ କେମି? ଜଣେ ବ୍ୟକ୍ତି କଣ ସିଏମଓ ? ସିଏମଓ କହିଲେ କଣ କେବଳ ଜଣେ ବ୍ୟକ୍ତି କି ? ଅଭିଯୋଗ ଶୁଣାଣି ପାଇଁ ଏତେ ବ୍ୟବସ୍ଥା ଥିବା ସତେ ଜଣେ ଯଦି ଅଭିଯୋଗ ଶୁଣିବ ତେବେ ଆମେ ଏତେ ଧଳା ହାତୀ କାହିଁକି ପୋଷିବା? ସରକାରକୁ ଏଠି ଲିଜରେ ଦେଇ ଦିଆଯାଇଛି। କଂଗ୍ରେସ ସମୟରେ ଜଣେ ମନ୍ତ୍ରୀ ସୁପର ଚିଫ ମିନିଷ୍ଟର ଥିଲେ, ଏଠି ଜଣେ ସଚିବ ସୁପର ଚିଫ ମିନିଷ୍ଟର।