ଜାପାନ ରାଷ୍ଟ୍ରଦୂତ୍ତଙ୍କ ‘କାବାଲା’ ଗୀତରେ ଡ୍ୟାନ୍ସ
ରଜନୀକାନ୍ତଙ୍କ ଗୀତରେ ନାଚିଲେ ଜାପାନ ରାଷ୍ଟ୍ରଦୂତ୍ତ । ଏକ ଭିଡିଓରେ ଜାପାନର ପ୍ରତିଷ୍ଠିତ ରାଷ୍ଟ୍ରଦୂତ୍ତନୃତ୍ୟ କରିଛନ୍ତି ‘କାବାଲା’ ଗୀତରେ । ସେ ଏଭଳି ନୃତ୍ୟ କରିଛନ୍ତି ଯାହା ଅନେକଙ୍କୁ ନାଚିବାକୁ ପ୍ରେରିତ କରିଛି । ଏହି ‘କାବାଲା’ ଗୀତଟି ରଜନୀକାନ୍ତଙ୍କ ଅଭିନୀତ ‘ଜେଲର’ ଫିଲ୍ମର । ଏଥିରେ ରଜନୀକାନ୍ତଙ୍କ ସହ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଆକର୍ଷଣୀୟ ନୃତ୍ୟ ଦର୍ଶକଙ୍କୁ ପ୍ରଭାବିତ କରିଛି । ଏହି ଉତ୍ସାହ କେବଳ ସୋଶିଆଲ ମିଡିଆର ଇନ୍ଫ୍ଲୁଏନ୍ସର ମାନଙ୍କୁ ପ୍ରେରିତ କରିନି ବରଂ ସାଧାରଣ ଲୋକଙ୍କୁ ନୃତ୍ୟ କରିବାକୁ ପ୍ରୋତ୍ସାହନ କରିଛି ।