ଆଇଟମ୍ ଡ୍ୟାନ୍ସ ପରବେଶଣ ବେଳେ ଅଧା ଫୁଙ୍ଗୁଳା ହୋଇଗଲେ

ଆଇଟମ୍ ଡ୍ୟାନ୍ସ ପରବେଶଣ ବେଳେ ଅଧା ଫୁଙ୍ଗୁଳା ହୋଇଗଲେ

ସବୁ ସୀମା ଟପିଗଲା ଯାତ୍ରା ମଂଚରେ ଅଶ୍ଲୀଳତା । ଆଗରୁ ଅଳ୍ପ କପଡାରେ ଅଧା ଫୁଙ୍ଗୁଳା ଦେହ ଦେଖାଇ ଆଇଟମ୍ ଡ୍ୟାନ୍ସ ପରିବେଶଣ ହେଉଥିବା ବେଳେ , ଏବେ କିନ୍ତୁ ତାହା ବି ଅତିକ୍ରମ କରିଛି । ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଂଚଳରେ । ଏଠାରେ ବାଘା ଯତୀନ ଲୋକନାଟ୍ୟ ଯାତ୍ରା ପରିବେଶଣ କରୁଥିଲା । ମଂଚରେ ଚାଲିଥିଲା ଆଇଟମ୍ ଡ୍ୟାନ୍ସ । ନିଜ ସହ କଳାକାରଙ୍କ ସହ ଡ୍ୟାନ୍ସ କରୁଥିଲେ ସୋସିଆଲ୍ ମିଡିଆ ଭାଇରାଲ ଗର୍ଲ ସାହୁ ଭାଉଜ ଓରଫ ଭାଗ୍ୟଶ୍ରୀ ସାହୁ । ହଠାତ୍ ସେ ମଂଚ କଡରେ ବସିଥିବା ଦର୍ଶକଙ୍କ ନିକଟକୁ ଆସି ପିନ୍ଧିଥିବା ବସ୍ତ୍ର ଖୋଲି ଆପତ୍ତି ଜନକ ନୃତ୍ୟଭଙ୍ଗୀ ପରିଦର୍ଶନ କରିଥିଲେ । ଯାହାକୁ ଦର୍ଶକମାନେ ନିଜ କ୍ୟାମେରାରେ କଏଦ କରିଥିଲେ । ଏହା ପରେ ଏହି ଭିଡିଓଟି ଭାଇରାଲ୍ ହେଲା । ଯଦିଓ ସ୍ଥାନୀୟ ଦର୍ଶକମାନେ ଏପରି ଅଶଡ ନାଚକୁ ଉପଭୋଗ କରିଥିଲେ, ହେଲେ ଏହା ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା ସାହୁ ଭାଉଜଙ୍କୁ । ଅନେକ ସାହୁ ଭାଉଜଙ୍କ ନାମରେ ଜନସ୍ୱାର୍ଥ ମାମଲା କରିବା ପାଇଁ ଧମକ ଦେଇଥିବା ବେଳେ ଆଉ କିଛି ଗଣନାଟ୍ୟର ମାଲିକ କଳାକାରମାନଙ୍କୁ ଗାଳି ଗୁଲଜ କରିଛନ୍ତି । ଯାତ୍ରା ମାଲିକମାନେ ଟଙ୍କା ରୋଜଗାର ନିଶାରେ ଦିନକୁ ଦିନ ଯାତ୍ରା ପେଣ୍ଡାଲରେ ଅଶ୍ଲୀଳତା ବଢାଇ ଚାଲିଛନ୍ତି ବୋଲି କମେଣ୍ଟ ଆସିଛି । ଏହି କମେଣ୍ଟ ଦିନକୁ ଦିନ ବଢିବାରୁ ଶେଷରେ ସାହୁ ଭାଉଜ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ କରି ଭୁଲ ମାଗିଛନ୍ତି ଏବଂ ଭବିଷ୍ୟତରେ ଏଥି ପ୍ରତି ଧ୍ୟାନ ଦେବେ ବୋଲି ଦର୍ଶକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଶୁଣନ୍ତୁ କଣ କହିଛନ୍ତି ସାହୁ ଭାଉଜ ।

ଫାଭିଓ-  ଦିନକୁ ଦିନ ଖୋଲା ମଂଚରେ ଏପରି ଅଶଡ ଅଶ୍ଲୀଳ ନାଚ ବଢିବାରେ ଲାଗିଛି । ଅନେକ ଯାତ୍ରା ଆଇଟମ୍ ଗର୍ଲ ନିଜ ମୁଣ୍ଡରେ ଏପରି ବଦନାମି ମୁଣ୍ଡାଇଛନ୍ତି । ସେମାନଙ୍କ ନାମ କହିବାରୁ ଆବଶ୍ୟକତା ନାହିଁ । କିନ୍ତୁ ସେମାନଙ୍କୁ ଫଲୋ କରି ଅଲ୍ପ ଦିନ ମଧ୍ୟରେ ଲୋକପ୍ରିୟ ହେବା ନିଶାରେ ଆଉ କିଛି ଯାତ୍ରା ଆଇଟମ୍ ଗର୍ଲଙ୍କ ନିଶା ଏବେ ସମାଜକୁ ଅଶ୍ଲୀଳତା ଧାରାକୁ ଟାଣି ନେଉଛି । ବ୍ୟୁରୋ ରିପୋର୍ଟ, ୟୁବିସି ଓଡିଆ ।