ସରକାରଙ୍କ ଏସ୍ମା ନିୟମକୁ ମାନିଲେ ନାହିଁ । ସାରା ରାଜ୍ୟରେ ରୋଗୀସେବା ବାଧାପ୍ରାପ୍ତ ।
ରାଜ୍ୟ ସରକାରଙ୍କ ନାଲି ଆଖି ଓ ଏସ୍ମା ଲାଗୁ ସତ୍ୱେ କାଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡିଶା ନର୍ସିଂ କର୍ମଚାରୀ ସଂଘ । ୨୫ ତାରିଖ ବୁଧବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପଯ୍ୟନ୍ତ କାଯ୍ୟବନ୍ଦକୁ ଓହ୍ଲାଇଛି ସଂଘ । ସାରା ରାଜ୍ୟରେ କାଯ୍ୟରତ ସମସ୍ତ ସରକାରୀ ନର୍ସିଂ ଷ୍ଟାଫ୍ ଏଥିରେ ସାମିଲ ହୋଇଛନ୍ତି । ୧୦ ଦଫା ଦାବିରେ ସମସ୍ତ ସରକାରୀ ମେଡିକାଲ ରେ ଆନ୍ଦୋଳନ ଆରମ୍ଭ ହୋଇଛି, ଯାହା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ଚେତାବନୀ ଦେଇଛି ସଂଘ । ଦାବି ଅନୁଯାୟୀ ୨୦୧୩ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ୬ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ଚାକିରୀରେ ମିଶାଇ ପଦୋନ୍ନତି କରିବା, ବରିଷ୍ଠତା ଭିତ୍ତିରେ ସିନିୟର ନର୍ସିଂଙ୍କୁ ପଦୋନ୍ନତି, ସହକାରୀ ନର୍ସିଂ ଅଧିକ୍ଷକ ପଦବୀରେ ପଦୋନ୍ନତି ଲାଗି ଆବଶ୍ୟକ ଥିବା ସ୍ଥିରୀକୃତ ଅବଧିକୁ କମ କରି ୧୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେବା ଯୋଗଇ ଆସୁଥିବା ବରିଷ୍ଠ ନର୍ସିଂ ଅଫିସରଙ୍କ ଦୁଇଟା ପଦୋନ୍ନତି କରିବା, ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ସରକାରୀ ନର୍ସିଂ ଅଫିସରଙ୍କୁ ସିଏଚଓ ପଦବୀରୁ ଫେରାଇ ଆଣି ସରକାରୀ ହସ୍ପିଟାଲରେ ମୃତୟନ କରିବାଭଳି ଦାବି ଉପସ୍ଥାପନ କରିଛି ସଂଘ। ସରକାରୀ ସ୍ତରରେ ଡ଼କାଜିଥିବା ବୈଠକରେ ଲିଖିତ ଆକାରରେ ଯଦି ସ୍ବାସ୍ଥ୍ୟମନ୍ତ୍ରୀ ଦାବି ଗ୍ରହଣ ନ କରନ୍ତି ତେବେ ଆନ୍ଦୋଳନ ପ୍ରତ୍ୟାହୃତ ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ରାଜ୍ୟ ନର୍ସିଂ କର୍ମଚାରୀ ସଂଘ ।
ଏହାବ୍ୟତୀତ , ଆଚାର୍ଯ୍ୟ ହରିହର ସ୍ନାତେକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ନର୍ସିଂ ଅଫିସରଙ୍କୁ ଓଡ଼ିଶା ନର୍ସିଂ ସର୍ଭିସ କ୍ୟାଡରେ ଅନ୍ତଭୁକ୍ତ କରିବା, ଡ୍ରେସ କୋର୍ଡ ପରିବର୍ତ୍ତନ, ଠିକା ସଂସ୍ଥା ମାଧ୍ୟରେ ହେଉଥିବା ନିର୍ସିଂ ଅଫିସରଙ୍କ ନିଯୁକ୍ତି ବନ୍ଦ କରିବା ଭଳି ଦାବି ରଖିଛି ସଂଘ । ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ହୋଇଥିବା ସରକାରୀ ନର୍ସିଂ ଅଫିସର ମାନଙ୍କୁ CHO ପଦବୀରୁ ଫେରାଇ ଆଣି କ୍ୟାଡର ପୋଷ୍ଟରେ ବିଭିନ୍ନ ସରକାରୀ ହସ୍ପିଟାଲ ଗୁଡିକରେ ନର୍ସିଂ ସେବା ଯୋଗାଇ ଦେବା ପାଇଁ ପଦକ୍ଷେପ, ଏବଂ ଅନ୍ୟ ରାଜ୍ୟ ଗୁଡିକରେ ଥିବା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି NHM ଅଧୀନରେ ଆୟୁଷ୍ଠାନ ଆରୋଗ୍ୟ କେନ୍ଦ୍ରରେ ନୂତନ CHO ମାନଙ୍କୁ ନିଯୁକ୍ତି । MHU / RBSK ଅଧୀନରେ ଦୀର୍ଘ ୧୧ ବର୍ଷ ଧରି କାର୍ଯ୍ୟ କରୁଥିବା ନସିଂ ଅଫିସର ମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିୟମିତ କରିବା, ନିୟମିତ ହୋଇନଥିବା ଅବଶିଷ୍ଟ ନସିଂ ଅଫିସର ମାନଙ୍କୁ ତୁରନ୍ତ ନିୟମିତ କରିବା , ଆଦି ସଂଘ ପକ୍ଷରୁ ଦାବି କରାଯାଇଛି । ଅନ୍ୟପଟେ ଏସସିବି ରେ ଏଯାବତ ରୋଗିସେବା ବଧାପ୍ରାପ୍ତ ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏସସିବି କୁଳ ସଚିବ ।