ନବମ ଦିନରେ ଇସ୍ରାଏଲ୍‌-ହମାସ ଯୁ୍ଦ୍ଧ, ନିହତ ହମାସ ଟପ୍‌ କମାଣ୍ଡର

ନବମ ଦିନରେ ଇସ୍ରାଏଲ୍‌-ହମାସ ଯୁ୍ଦ୍ଧ, ନିହତ ହମାସ ଟପ୍‌ କମାଣ୍ଡର

ନୂଆଦିଲ୍ଲୀ: ନବମ ଦିନରେ ପହଞ୍ଚିଛି ଇସ୍ରାଏଲ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ। ଗାଜାପଟିରେ ପ୍ରବେଶ ଲାଗି ଚାରି ପାର୍ଶ୍ବରୁ ପ୍ରସ୍ତୁତି ଚଳାଇଛି ଇସ୍ରାଏଲ ଡିଫେନ୍‌ସ ଫୋସ୍‌ (ଆଇଡିଏଫ୍‌)।  ଦୁଇ ପକ୍ଷ ଭିତରେ ଆକ୍ରମଣ ଭୟଙ୍କର ହେଉଥିବା ବେଳେ ଏଥିରେ ଏବେ ହମାସର ଜଣେ ଟପ୍ କମାଣ୍ଡର ନିହତ ହୋଇଥିବା ଖବର ମିଳିଛି ଇସ୍ରାଏଲର ଡ୍ରୋନ ଆକ୍ରମଣରେ ହମାସ୍ ଆତଙ୍କୀ ଗୋଷ୍ଠୀର ଟପ୍ କମାଣ୍ଡର ବିଲ୍ଲାର ଅଲ କ୍ବେଦରାର ମୃତ୍ୟୁ ହୋଇଛି ମୃତ ଜଣକ ଗତ ସପ୍ତାହରେ ଇସ୍ରାଏଲ ସମୁଦାୟଙ୍କ ଉପରେ ହୋଇଥିବା ଆକ୍ରମଣର ନେତୃତ୍ବ ନେଇଥିଲା ଏନେଇ ଶନିବାର ଇସ୍ରାଏଲ ପ୍ରତିରକ୍ଷା ବାହିନୀ(IDF) ପକ୍ଷରୁ ଦାବି କରାଯାଇଛି ଶନିବାର ରାତିରେ ଇସ୍ରାଏଲ ଗାଜା ଉପରେ ଏୟାର ଷ୍ଟାଇକ କରିଥିଲା ଏଥିରେ ହମାସ୍ କମାଣ୍ଡର କ୍ବେଦରାର ମୃତ୍ୟୁ ହୋଇଥିବା ଜଣାପଡିଛି ଏନେଇ ଓଊୠ ସୋସିଆଲ ମିଡିଆ ଏକ୍ସରେ କହିଛି ଯେ, ଆଇଡିଏଫ ଏବଂ ଆଇଏସଏ ଗୁଇନ୍ଦା ସୂଚନା ଅନୁସାରେ ବାୟୁସେନାର ଲଢୁଆ ବିମାନ ବିଲ୍ଲାର ଅଲ କ୍ବେଦରାରକୁ ନିହତ କରିଛି, ଯିଏକି ହମାସ୍ ନୁଖବା କମାଣ୍ଡ ଫୋର୍ସର ମୁଖ୍ୟ କମାଣ୍ଡର ଥିଲା ତା' ନେତୃତ୍ବରେ ଗାଜା ଷ୍ଟ୍ରିପ୍ ନିକଟବର୍ତ୍ତୀ ଅଞ୍ଚଳରେ ଇସ୍ରାଏଲ ଲୋକମାନଙ୍କ ଉପରେ ଆକ୍ରମଣ ହୋଇଥିଲା ୨୦୦୫ରେ ଇସ୍ରାଏଲ ନାଗରିକଙ୍କୁ ଅପହରଣ ଏବଂ ହତ୍ୟା ଘଟଣାରେ ତାକୁ ଗିରଫ କରାଯାଇଥିଲା ପରେ ସେ କାରାଗାରରୁ ବାହାରି ଥିଲା ହମାସ କମାଣ୍ଡରର ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ କରି ଆଇଡିଏଫ୍ ଆହୁରିମଧ୍ୟ କହିଛି କି,"ବିଲ୍ଲାର ଅଲ କ୍ବେଦରା ଗତ ତାରିଖରେ ଇସ୍ରାଏଲରେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଅମାନୁଷିକ, ବର୍ବର କାଣ୍ଡର ନେତୃତ୍ବ ନେଇଥିଲା ଆମେ ତାକୁ ହଟେଇ ଦେଇଛୁ ସବୁ ହମାସ୍ ଆତଙ୍କବାଦୀଙ୍କ ଏହିଭଳି ଅବସ୍ଥା ହେବ " ସେପଟେ ଇସ୍ରାଏଲର ଆକ୍ରମଣ ଚେତାବନୀ ପରେ ଉତ୍ତର ଗାଜାର ୧୦ ହଜାରରୁ ଅଧିକ ଲୋକେ ନିଜର ଭିଟାମାଟି ଛାଡ଼ି ଚାଲି ଯାଇଛନ୍ତି ସେମାନେ ଘରର ଆସବାବପତ୍ର ଗାଡିରେ ଲଦି ନେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି