ଆଫଗାନିସ୍ତାନରେ ପୁଣି ଭୂମିକମ୍ପ

ଆଫଗାନିସ୍ତାନରେ ପୁଣି ଭୂମିକମ୍ପ

କାବୁଲ: ପଶ୍ଚିମ ଆଫଗାନିସ୍ତାନରେ ପୁଣି ଅନୁଭୂତ ହୋଇଛି ଭୂକମ୍ପ। ରବିବାର ସକାଳେ ଆଫଗାନିସ୍ତାନର ପଶ୍ଚିମ ଇଲାକାରେ ଭୂକମ୍ପ ଝଟ୍କା ଲାଗିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ . ରହିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣରେ କୁହାଯାଇଛି, ଗତ କିଛି ସପ୍ତାହ ମଧ୍ୟରେ ଲଗାତାର ଭୂକମ୍ପ ପରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛ।
ଭୂକମ୍ପ ଅନୁଭବ ହେବା ମାତ୍ରେ ଲୋକମାନେ ନିଜ ଘର କାର୍ୟ୍ୟାଳୟରୁ ବାହାରି ଆସୁଥିବାର ଦେଖାଯାଇଛି। ଲଗାତାର ଭୂକମ୍ପ ଯୋଗୁ ଏପର୍ୟ୍ୟନ୍ତି ୪ହଜାରରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପ ସିରିଆ ଏବଂ ତୁର୍କୀରେ ହୋଇଥିବା ଭୂକମ୍ପ ଅପେକ୍ଷା ଅଧିକ ଭୟଙ୍କର ବୋଲି କୁହାଯାଉଛି।

ଜାତିସଂଘର ମାନବିକ କାର୍ୟ୍ୟାଳୟ ଭୂକମ୍ପ ମୁକାବିଲା ପାଇଁ ମିଲିୟନ ଡଲାର ସହାୟତା ଘୋଷଣା କରିଛି। ଭୂକମ୍ପ ପୀଡିତଙ୍କ ପାଇଁ ଆଶ୍ରୟସ୍ଥଳୀ, ଖାଦ୍ୟ ଏବଂ ଚିକିତ୍ସା ସୁବିଧା ସମ୍ପର୍କରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଉଦ୍‌ବେଗ ପ୍ରକାଶ କରିଛି।