ସତର୍କ ରୁହ : ୨୩ରେ ଖୋଲିବ ହୀରାକୁଦ

ସତର୍କ ରୁହ : ୨୩ରେ ଖୋଲିବ ହୀରାକୁଦ

ଭୁବନେଶ୍ୱର : ହୀରାକୁଦ ବନ୍ଧକୁ ନେଇ ଏକ ବଡ଼ ଖବର ଆସିଛି  । ଆସନ୍ତା ୨୩ରେ ହୀରାକୁଦ ଡ୍ୟାମ ଖୋଲାଯିବ  । ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିଛି  । ସେହିପରି ମହାନଦୀ ଓ ଶାଖା ନଦୀରେ ବି ଅଧିକ ଜଳ ପ୍ରବାହିତ ହେଉଛି  । ଆଗାମୀ ଦିନରେ ବି ବଡ଼ ବର୍ଷା ହେବାର ସମ୍ଭାବନା ରହିଛି  । ତେଣୁ ଏସବୁକୁ ନଜରରେ ରଖି କର୍ଭ ରୁଲ ଆଧାରରେ ହୀରାକୁଦ ଡ୍ୟାମ ଗେଟ ଖୋଲିବା ନେଇ ନିଷ୍ପତି ନିଆଯାଇଛି  । ୨୩ରୁ ପ୍ରଥମ ବନ୍ୟା ଜଳ ପ୍ରବାହିତ ହେବାର ଥିବାରୁ ସତର୍କ ରହିବାକୁ କୁହାଯାଇଛି  । ଜନସାଧାରଣ ଏନେଇ ଆଗୁଆ ସତର୍କ ହେବାକୁ ହୀରାକୁଦ ବନ୍ଧ କର୍ତୃପକ୍ଷ ସୂଚନା ଦେଇଛନ୍ତି  ।  ପୂଜା ପାଠ ପରେ ଗେଟ ଖୋଲାଯିବ  । ହୀରାକୁଦ ଗେଟ ଖୋଲିଲେ ମହାନଦୀ ସମେତ ଅନ୍ୟ ନଦୀରେ ଜଳ ପରିମାଣ ବୃଦ୍ଧି ପାଇବ  । କିଛି ସ୍ଥାନରେ ବନ୍ୟା ଭଳି ସ୍ଥିତି ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି  । ତେବେ ଆଗକୁ କେଉଁ ଅଂଚଳରେ କେତେ ପରିମାଣର ବର୍ଷା ହେବ ସେହି ଅନୁଯାୟୀ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ  ।