ହାଇ-ହିଲ୍‌ ପିନ୍ଧୁଥିଲେ ଜାଣିରଖନ୍ତୁ

ହାଇ-ହିଲ୍‌ ପିନ୍ଧୁଥିଲେ ଜାଣିରଖନ୍ତୁ

ଭୁବନେଶ୍ୱର: ହାଇ-ହିଲ୍‌ ଜୋତା ପ୍ରତି ମହିଳାଙ୍କର ଦୁର୍ବଳତା ଅଧିକ ରହିଥାଏ । ଏହି ଜୋତା ପିନ୍ଧିଲେ ଅଧିକ ଆକର୍ଷଣୀୟ ଦେଖାଯିବେ, କିନ୍ତୁ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଆରମ୍ଭ ହୋଇଥାଏ । ବିଶେଷଜ୍ଞଙ୍କ ମତରେ ହାଇ-ହିଲ୍‌, କିମ୍ବା ସାମାନ୍ୟ ହିଲ୍‌ ଥିବା ଜୋତା ପିନ୍ଧିବା ଦ୍ୱାରା ଆଣ୍ଠୁଗଣ୍ଠି ବିନ୍ଧା ଆରମ୍ଭ ହେବା ସହ ପାଦ ଯନ୍ତ୍ରଣା ମଧ୍ୟ ହୁଏ । ବିଶେଷଜ୍ଞଙ୍କ ମତରେ ଭର୍ଟିଗୋ ରୋଗୀ, ବୟସ୍କ ଲୋକେ ଓ ଗର୍ଭବତୀ ମହିଳା ଫ୍ଲାଟ୍‌ ଜୋତା ପିନ୍ଧିବା ଉଚିତ୍‌ । 

- ଯେ କୌଣସି ସ୍ଥାନକୁ ଯାତ୍ରା କରିବାବେଳେ ଏଭଳି ଜୋତା ପିନ୍ଧିଲେ, ଶୀଘ୍ର ଚାଲିପାରିବେ ଓ ଦୌଡ଼ି ପାରିବେ ।
- ଫ୍ଲାଟ ଜୋତା ପିନ୍ଧିଲେ ଶରୀରର ଭାରସାମ୍ୟ ମଧ୍ୟ ପାଦ ଉପରେ ଠିକ୍‌ ଭାବେ ରହେ ଓ ଚାଲିବାରେ ଅସହଜ ଲାଗେନି । 
- ଫ୍ଲାଟ ଜୋତାର ଚାହିଦା ସେଭଳି ବଢ଼ୁନି । ନିକଟରେ ହୋଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି, ୨%ରୁ କମ୍‌ ଲୋକ ଫ୍ଲାଟ୍‌ ଜୋତା ପିନ୍ଧୁଛନ୍ତି । ସୁସ୍ଥ ଜୀବନଶୈଳୀ ପାଇଁ ଫ୍ଲାଟ ଜୋତାର ଆବଶ୍ୟକତା ସବୁଠୁ ଅଧିକ ବୋଲି ବିଶେଷଜ୍ଞ ଦଳ କହିଛନ୍ତି ।