ନୂଆ ପୋଷାକ

ନୂଆ ପୋଷାକ

ଭୁବନେଶ୍ୱର: ନୂଆ ପୋଷାକ ପିନ୍ଧିବା ଓ କିଣିବା ସମସ୍ତଙ୍କର ପସନ୍ଦ । କିଛି ପର୍ବପର୍ବାଣୀ ହେଉ କି କୌଣସି ଫଙ୍କସନ୍‌ ନୂଆ ପୋଷାକ କିଣିବାକୁ ବଜାରକୁ ଧାଇଁଯାଆନ୍ତି ଲୋକେ । କିନ୍ତୁ କ’ଣ ଆପଣ ଜାଣନ୍ତି କି ନୂଆ ପୋଷାକ କିଣିବା ପୂର୍ବରୁ କେତୋଟି ସତର୍କତା ଅବଲମ୍ବନ କରିବା ଏକାନ୍ତ ଆବଶ୍ୟକ ହୋଇଥାଏ । 

- ନୂଆ କିଣାହୋଇଥିବା ପୋଷାକକୁ ପିନ୍ଧିବା ପୂର୍ବରୁ ଗୋଟିଏ ଥର ଧୋଇ ଦିଅନ୍ତୁ । କାରଣ ଦୋକାନରେ ଥିବା ପୋଷାକ ଗୁଡ଼ିକୁ ଅନେକ ଲୋକ ସ୍ପର୍ଶ କରୁଥିବେ ଲୋକେ ଏହାକୁ ପୂର୍ବରୁ ଅନେକ ଥର ଟ୍ରାଏଲ ମଧ୍ୟ କରୁଥିବେ । ତେଣୁ ଏହାକୁ କିଣି ନେଇ ପିନ୍ଧିବା ପୂର୍ବରୁ ନିଜ ପାଇଁ ଗୋଟିଏ ଥର ଧୋଇ ନେବା ଜରୁରୀ ହୋଇଥାଏ । 

- ତା’ ପରେ ନୂଆ ପୋଷାକ ରଙ୍ଗରେ ହାନିକାରକ ତତ୍ତ୍ୱମାନ ମଧ୍ୟ ଲାଗିଥାଏ । ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା ପାଇବା ନିମିତ୍ତ ସବୁ ବର୍ଗର ଲୋକେ ନୂଆ ପୋଷାକକୁ ସଫା କରି ପିନ୍ଧିବା ଉଚିତ୍‌ । ବିଶେଷ କରି କୁନି ପିଲାଙ୍କ ପାଇଁ ପୋଷାକ କିଣୁଥିଲେ, ଏସବୁ କଥାକୁ ଧ୍ୟାନ ଦେବେ ।