ଏସିବି ମେଡ଼ିକାଲ ରେ ସିଟି ସ୍କାନ ମେସିନ ଅଚଳ ଉପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ପତିକ୍ରିୟା
ଏସିବି ମେଡ଼ିକାଲ ରେ ସିଟି ସ୍କାନ ମେସିନ ଅଚଳ ଉପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ପତିକ୍ରିୟା । କଟକ ଏସିବି ମେଡ଼ିକାଲ ରେ ସିଟି ସ୍କାନ ମେସିନ ଅଚଳ କୁ ନେଇ ପତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ। ଆମେ ଏହାକୁ ଗୁରୁତର ସହ ନେଇଛୁ ଓ ଏହାର ଖୁବଶୀଘ୍ର ସମାଧାନ କରାଯିବ।ଏହା ଉପରେ ଏକ ରିଭୟୁ ମିଟିଂ ନେଇଛି ଓ ଯଥାଶୀଘ୍ର ପ୍ରତିକାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ସୂଚନା ମୁତାବକ ଏସିବି ରେ ସିଟି ସ୍କାନ ଅଚଳ ଯୋଗୁଁ ପ୍ରତିଦିନ ଦୂର ଦୁରାନ୍ତରୁ ଆସୁଥିବା ରୋଗୀ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ରୋଗୀ ମାନେ ଏସିବି କୁ ମାଗଣା ଚିକିତ୍ସା ପାଇଁ ଆସୁଥିବା ବେଳେ ସିଟି ସ୍କାନ ଅଚଳ ଯୋଗୁଁ ରୋଗୀ ମାନେ ଘରୋଇ ଲ୍ୟାବ କୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ।