ଶାହାଙ୍କୁ ଉଦ୍ଧବଙ୍କ ଟାର୍ଗେଟ୍
ଦେଶ ରାଜନୀତିରେ ମହାରାଷ୍ଟ୍ର ରାଜନୀତି ଏକ ଗୁରୁତ୍ବପୂର୍ଣ୍ଣ ଭୂମୀକା ଗ୍ରହଣ କରିଥିଏ । ଆଉ ନିର୍ବାଚନୀ ସମୟ ଆସିଲେ ଏଠିକାର ରାଜନୈତିକ ପାରଦ ସବୁବେଳେ ଉପରମୁହାଁ ହାଇ ରହିଥାଏ । ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଶନିବାର, ପୁଣେରେ ଏକ ରାଲିରେ ଶିବସେନା ନେତା ଉଦ୍ଧବ ଠାକରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ପ୍ରଥମେ ଜାଣନ୍ତୁ କଣ କହିଥିଲେ ଶାହା ।
ଆଉ ପରବର୍ତ୍ତି ସମୟରେ ଅମିତ ଶାହାଙ୍କୁ କଟାକ୍ଷ କରି ଉଦ୍ଧବ କିଛି ଏମିତି କହିଥିଲେ । ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ସେ କହିଛନ୍ତି ଯେ ଅମିତ ଶାହା ଅହମ୍ମଦ ଶାହା ଅବ୍ଦାଲିଙ୍କ ରାଜନୈତିକ ବଂଶଧର। ମହାରାଷ୍ଟ୍ରର ପୁଣେରେ ସେ ଅମିତ ଶାହଙ୍କୁ ଅବ୍ଦାଲି କହିଛନ୍ତି ।ସେ କହିଛନ୍ତି ଯଦି ତୁମେ ମୋତେ ନକଲି ପିଲା କହିବ, ମୁଁ ତୁମକୁ ଅବ୍ଦାଲି କହିବି । ଏଥିସହ ଉଦ୍ଧବ ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁ କ’ଣ ହିନ୍ଦୁତ୍ୱବାଦୀ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ? ଅମିତ ଶାହା କହିବା ଦରକାର ଯେ ତାଙ୍କ ହିନ୍ଦୁତ୍ୱ କେମିତି? ଅବ୍ଦାଲିଙ୍କ ବଂଶଧର ପୁଣେ ଆସି କଥା ହୋଇଥିଲେ। ଅମିତ ଶାହ ଆରଏସଏସର ହିନ୍ଦୁତ୍ୱକୁ ସ୍ୱୀକାର କରୁଛନ୍ତି କି? ବିଜେପି କ୍ଷମତା ଜିହାଦ ଆରମ୍ଭ କରିଛି । କ୍ଷମତା ଜିହାଦ ଅର୍ଥ ସରକାର ଗଠନ ପାଇଁ ଜଣେ ବ୍ୟକ୍ତିଙ୍କୁ ଚୋରି କରିବା । ଛତ୍ରପତି ଶିବାଜୀ ମହାରାଜ ଆମକୁ ଅନ୍ୟଲୋକଙ୍କ ଘର ପୋଡ଼ିବା ଶିଖାଇ ନାହାନ୍ତି ବୋଲି କହିଥିଲେ ଉଦ୍ଧବ । ଶଙ୍କରାଚାର୍ଯ୍ୟ କହିଥିଲେ, ଯେଉଁମାନେ ବିଶ୍ୱାସଘାତକତା କରନ୍ତି ସେମାନେ ହିନ୍ଦୁ ନୁହନ୍ତି। ତୁମେ ବିଶ୍ୱାସଘାତକତା କରିଛ ବୋଲି ଏମିତି କିଛି କହି ବର୍ଷିଥିଲେ ଉଦ୍ଧବ।