ଜିତିବା ସମ୍ଭାବନା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦିଆଯିବ-ନବୀନ

ଜିତିବା ସମ୍ଭାବନା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦିଆଯିବ-ନବୀନ

ଜିତିବା ସମ୍ଭାବନା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦିଆଯିବ-ନବୀନ
ଭୁବନେଶ୍ୱର:୨୦୧୯ ସାଧାରଣ ନିର୍ବାଚନ ଯେତେକି ପାଖେଇ ଆସୁଛି । ରାଜନୀତି ମହଲରେ ସେତିକି ତତ୍ପର ହୋଇଉଠୁଛି । କାହାକୁ ଟିକେଟ ମିଳିବ କାହାକୁ ମିଳିବନି ସେ ନେଇ ଆଶାୟୀ ପ୍ରାର୍ଥୀ ଟେନସନରେ ଅଛନ୍ତି । ତେବେ ପ୍ରାର୍ଥୀ ଚୟନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି । ବିଜୟ ସମ୍ଭାବନା ହିଁ ପ୍ରାର୍ଥୀ ଚୟନର ମାପ କାଠି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯେଉଁ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଅଧିକ ଥିବ ତାଙ୍କୁ ହିଁ ଟିକେଟ ପ୍ରଦାନ କରାଯିବ । ପ୍ରକାଶ ଯେ, ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡିରେ ବହୁ ଆଶାୟୀ ଅଛନ୍ତି । ଏପରିକି ଟିକେଟ ଆଶାରେ ବହୁ ପ୍ରଶାସନ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଚାକିରି ଛାଡ଼ି ବିଜେଡିରେ ଯୋଗଦେଉଛନ୍ତି । ଏହାଛଡ଼ା ଅନ୍ୟ ଦଳର ବହୁ ନେତା ମଧ୍ୟ ବିଜେଡିରେ ଯୋଗଦେଉଛନ୍ତି । ବିଜେଡି ଟିକେଟରେ ଲଢିବା ଆଶାରେ ସେମାନେ ଯୋଗଦେଉଥିବା ଚର୍ଚ୍ଚା ହେଉଛି । ତେବେ ସମସ୍ତଙ୍କୁ ଦଳୀୟ ହାଇକମାଣ୍ଡ ଟିକେଟ ଦେଇ ଖୁସି କରିପାରିବେ କି ନାହିଁ ସେ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ଗତକାଲି ମୁଖ୍ରମନ୍ତ୍ରୀ କହିଥିଲେ ଯେ, ‘ଉଇ ୱିଲ ମ୍ୟାନେଜ ୱେଲ’ । ଅନେକ ପ୍ରଶାସକ ବିଜେଡିକୁ ଆସୁଛନ୍ତି, କେମିତି ସେମାନଙ୍କୁ ଥଇଥାନ କରିବେ ବୋଲି ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ଏହା କହିଥିଲେ । ଅନ୍ୟପକ୍ଷରେ ଚଳିତ ନିର୍ବାଚନରେ ଆମେ ଏକାକୀ ଲଢିବୁ ବୋଲି ନବୀନ କହିଛନ୍ତି । କାହା ସହ କୌଣସି ମେଣ୍ଟ ହେବ ନାହିଁ ବୋଲି ସେ କହିଛନ୍ତି ।