ହନୁମାନ ନେଇଥିଲେ ବିରାଡ଼ି ରୂପ

ହନୁମାନ ନେଇଥିଲେ ବିରାଡ଼ି ରୂପ

ହନୁମାନ ନେଇଥିଲେ ବିରାଡ଼ି ରୂପ
ବାଲ୍ମିକୀ ରାମାୟଣ ଅନୁଯାୟୀ, ସୀତାଙ୍କୁ ଠାବ କରିବା ପାଇଁ ହନୁମାନ ଲଙ୍କାରେ ପହଁଚିଥିଲେ  । ସଂଧ୍ୟା ହୋଇନଥିବାରୁ ସେ ବିରାଡ଼ି ରୂପ ଧାରଣ କରି ଲଙ୍କା ନଗରରେ ପ୍ରବେଶ କରିଥିଲେ  । ପୁରୀର ମାର୍କଣ୍ଡେୟ ପୁଷ୍କରିଣୀ କୂଳରେ ଥିବା ଶ୍ରୀମାର୍କଣ୍ଡେୟ ମନ୍ଦିରରେ ହନୁମାନଙ୍କ ଏହ ବିରାଡ଼ି ରୂପ ପୂଜା ପାଉଛନ୍ତି  । ଶ୍ରୀମନ୍ଦିରର ଉତର ପାଶ୍ୱର୍ରେ ଏହି ମନ୍ଦିର ରହିଛି  । ଭାଦ୍ରବ କୃଷ୍ଣ ଏକାଦଶୀରେ ଶ୍ରୀଜଗନ୍ନାଥଙ୍କ କାଳୀୟ ଦଳନ ନୀତି ଏହି ପୋଖରୀରେ ହୋଇଥାଏ  । ଦୁର୍ଗାପୂଜା ସମୟରେ ସେଠାରେ ବାଲୁକା ଲିଙ୍ଗ ସ୍ଥାପନ କରାଯାଇ ପୂଜା ମଧ୍ୟ କରାଯାଏ  । ଏହି ପୋଖରୀରେ ଅଧିକ ଭକ୍ତ ସ୍ନାନ, ଦାନ, ତର୍ପଣ, ଶ୍ରାଦ୍ଧ ଆଦି କର୍ମ କରିଥା’ନ୍ତି  ।