ଖଣି ଶିଳ୍ପର ବିଷୟବସ୍ତୁ ମାନବିକତା : ରାଜ୍ୟପାଳ
ଭୁବନେଶ୍ବର: ଖଣି ଶିଳ୍ପ ମାନବିକତା ଶିଳ୍ପର ବିଷୟବସ୍ତୁ ହେବା ଦରକାର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି। ଆଜି ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇସିସି) ଓଡ଼ିଶା ପକ୍ଷରୁ ଆୟୋଜିତ ଦ୍ବିତୀୟ ଖଣି ସମ୍ମିଳନୀ ୨୦୨୩ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ଆମେ ଯାହା କିଛି ହାସଲ କରୁଛନ୍ତି ତାହା ପ୍ରତିଟି ଲୋକଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚିବା ଦରକାର। ଏହି ଅବସରରେ ସେ ଭାରତରେ ଜି୨୦ ଆୟୋଜନ ସଫଳତା ଓ ହଲିଉଡ୍ ସିନେମା ଓପନ୍ହାଇମର୍ ବିଷୟରେ ଆଲୋଚନା କରିଥିଲେ।
ଏହି ଅବସରରେ ଟାଟା ଷ୍ଟିଲ୍ ମାଇନିଂର ଏକ୍ଜିକ୍ୟୁଟିଭ୍ ଇନ୍ଚାର୍ଜ ପଙ୍କଜ ସତିଜା କହିଛନ୍ତି ଯେ ପରିବେଶ, ଦୀର୍ଘସ୍ଥାୟୀତ୍ବ ଓ ସବୁଜ (ଇଏସ୍ଜି) ଲକ୍ଷ୍ୟ ହାସଲ କରିବା ପାଇଁ ଏକ ଦୃଢ଼ ନୀତି ନିୟମର ବ୍ୟବସ୍ଥା ଦରକାର। ଏହି ଅବସରରେ ହିନ୍ଦୁସ୍ତାନ ଜିଙ୍କ୍ର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଅରୁଣ ମିଶ୍ର, ଏଏମ୍ଏନ୍ଏସ୍ର ନିର୍ଦ୍ଦେଶକ ଆଲୋକ ମେହ୍ତା, ଜେଏସ୍ଡବ୍ଲୁ ଷ୍ଟିଲ୍ର ସୌଭିକ ମଜୁମଦାର, ଆଇସିସି ଓଡ଼ିଶାର ଅଧ୍ୟକ୍ଷ ଜେବି ପାଣି ଓ ଜେ ପି ପାଲ୍ ଉପସ୍ଥିତ ଥିଲେ।




admin 