ସୁନା ପ୍ରେମୀଙ୍କ ଲାଗି ଖୁସି ଖବର

ସୁନା ପ୍ରେମୀଙ୍କ ଲାଗି ଖୁସି ଖବର

 ଭୁବନେଶ୍ୱର:  ପାର୍ବଣ ପୂର୍ବରୁ କମିଲା ସୁନା ଓ ରୁପା ଦର।  ମାସକ ଭିତରେ ସୁନା ଦାମ ୨ ହଜାର ଟଙ୍କା ଖସିଛି। ସେପ୍ଟେମ୍ୱର ପହିଲାରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୫୫ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହା ୫୩ ହଜାର ଟଙ୍କାକୁ ଖସି ଆସିଛି।

କେବଳ ଅକ୍ଟୋବର ମାସର ୫ ଦିନରେ ସୁନା ଦର ୧ ହଜାର ୧୦୦ ଟଙ୍କା କମିଛି। ଭୁବନେଶ୍ୱରରେ ୧୦ ଗ୍ରାମ ସୁନା ଦର ୫୩ ହଜାର ଟଙ୍କା ରହିଛି। ସେହିପରି ରୁପା ଦର ହ୍ରାସ ପାଇଛି। ରୁପା ଦର କିଲୋଗ୍ରାମ ପିଛା ୭ ହଜାର ଟଙ୍କା ଖସି ୭୦ ହଜାର ଟଙ୍କାରେ ପହଞ୍ଚିଛି।
ମାସକ ତଳେ ସେପ୍ଟେମ୍ୱର ପହିଲାରେ ଏହା ୭୭ ହଜାର ଟଙ୍କାରେ ବିକ୍ରି ହେଉଥିଲା। ଆଗକୁ ସୁନା ଦର ପୁଣି କମିବ ବୋଲି ମତ ରଖିଛନ୍ତି ବିଶେଷଜ୍ଞ।