ଜୁସ୍ ପିଇଲେ ତ୍ବଚା ରହେ ଯୁବା
ଅନେକ ଲୋକ ଜୁସ୍ ଦୋକାନକୁ ଗଲେ ମିକ୍ସ ଜୁସ୍ ପିଇବାକୁ ପସନ୍ଦ କରିଥାନ୍ତି। ଆମକୁ ଏପରି ଲାଗିଥାଏ ଯେ ମିକ୍ସ ଜୁସ୍ରେ ସବୁ ପ୍ରକାର ଫଳ ମିଶୁଥିବାରୁ ବିଭିନ୍ନ ଭିଟାମିନ୍ ମିଳିଥାଏ। ମିକ୍ସ ଜୁସ୍ ଅପେକ୍ଷା କୌଣସି ଗୋଟାଏ ଫଳର ଜୁସ୍ ପିଇବା ଆପଣଙ୍କ ପାଇଁ ବେଶି ଲାଭପ୍ରଦ ପ୍ରମାଣିତ ହୋଇପାରେ।
ସେଓ ରସ: ଦୈନିକ ଗୋଟାଏ ସେଓ ଖାଇବା ଦ୍ୱାରା ଡାକ୍ତରଙ୍କ ଦୂରେଇ ରଖି ହେବ ବୋଲି ଏକ କଥା ରହିଛି। ତେଣୁ ଆପଣ ଯଦି ସେଓ ରସ ପିଇଲେ ତେବେ ନିରୋଗ ରହିବେ ଏଥିରେ ସନ୍ଦେହ ନାହିଁ। ଏହାଛଡ଼ା ଆପଣ ଏଥିରେ ଖିର ମିଶାଇ ଆପେଲ୍ ସେକ୍ ମଧ୍ୟ କରିପାରନ୍ତି। ମୌସମ୍ବି ଜୁସ୍ ପିଇଲେ ଚେହେରାରେ ବୟସ୍କପଣ ସହଜରେ ଦିଶେନାହିଁ। ଡାଏଟ୍ ଥିବା ଲୋକମାନେ ବିଶେଷ କରି ମୌସମ୍ବି ଜୁସ୍ ପିଇଥାନ୍ତି। ଏହା ଦ୍ୱାରା କେଶ ଝଡ଼ିବା ସମସ୍ୟା ବି ଦୂର ହୋଇଥାଏ।
ଯଦି ଆପଣ କୌଣସି ପ୍ରକାରର ରକ୍ତହୀନତା ରୋଗର ଶିକାର ହୋଇଛନ୍ତି ତେବେ ଆପଣଙ୍କ ପାଇଁ ଡାଳିମ୍ବ ରସ ଭଲ। ଦୈନିକ ଗୋଟିଏ ଗ୍ଲାସ ଡାଳିମ୍ବ ରସ ପିଇବା ଦ୍ୱାରା ଆପଣ ନିଜର ସମସ୍ୟା ଦୂରେଇ ଦେଇପାରିବେ। ସପୁରୀ ରସ ଆଖି ଓ ପୂରା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ। ଆପଣ ଏହି ଜୁସ୍ ପିଇଲେ ହଜମ ଭଲ ହେବା ଦ୍ୱାରା ଶରୀରକୁ ପ୍ରଚୁର ପରିମାଣର ଭିଟାମିନ୍ ସି ମିଳିଥାଏ।




admin 