୩ ମାସ ପୂର୍ବରୁ ଜଣାପଡ଼ିବ ବ୍ରେକ୍ଅପ୍
ପ୍ରେମୀ ଯୁଗଳ ଙ୍କ ମଧ୍ୟରେ ହଠାତ୍ କ’ଣ ହୁଏ କେଜାଣି ବ୍ରେକ୍ଅପ୍ ହୋଇଯାଏ । ଅନେକ ସମୟରେ ବ୍ରେକ୍ଅପ୍ କାରଣ ଉଭୟଙ୍କୁ ମଧ୍ୟ ଜଣାନଥାଏ । କିନ୍ତୁ ଏଣିକି ଏମିତି ଆଉ ହେବ ନାହିଁ,କାରଣ ବୈଜ୍ଞାନିକ ମାନେ ଏକ ନୂଆ ପଦ୍ଧତି ଖୋଜିଛନ୍ତି, ଯାହା ଆପଣଙ୍କ ବ୍ରେକ୍ଅପ୍ର ୩ ମାସ ପୂର୍ବରୁ ଜଣାଇଦେବ । ବ୍ରେକ୍ ଅପ୍ ମଧ୍ୟ ଦେଇ ଗତି କରୁଥିବା ସମୟରେ ବ୍ୟବହାର କରୁଥିବା ଭାଷାକୁ ଅବଲୋକନ କରି ସଦ୍ୟ ଅଧ୍ୟୟନ ସ୍ପଷ୍ଟ କରିଛି ଯେ ବ୍ରେକ୍ଅପ୍ ହେବାର ୩ ମାସ ଏହାର ସୂଚନା ମିଳିପାରିବ । ଅଷ୍ଟିନ୍ ସ୍ଥିତ ୟୁନିଭର୍ସିଟି ଅଫ୍ ଟେକ୍ସାସର ଗବେଷକ ମାନେ ରେଡ଼ିଟ୍ ୟୁଜରଙ୍କର ୬,୮୦୩ ପୋଷ୍ଟକୁ ବିଶ୍ଳେଷଣ କରିଥିଲେ ।
ବ୍ରେକ୍ଅପ୍ ଉପରେ ପୋଷ୍ଟ କରିଥିବା ଖାସ୍ ୟୁଜର୍ଙ୍କୁ ହିଁ ଅଧ୍ୟୟନ ଲାଗି ଚୟନ କରାଯାଇଥିଲା । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେମାନଙ୍କର ବ୍ରେକ୍ ଅପ୍ ହୋଇଥିଲା କିମ୍ବା ହେବାକୁ ଯାଉଥିଲା । ଗବେଷକଙ୍କ ଫୋକସ ୟୁଜରଙ୍କ ପୋଷ୍ଟ ନ ଥିଲା, ବରଂ ସେମାନଙ୍କ ଭାଷା ଥିଲା,ଯାହାର ପ୍ରୟୋଗ ସେମାନେ ପୋଷ୍ଟ୍ରେ କରିଥିଲେ । ବ୍ରେକ ଅପ୍ ଶବ୍ଦ ମସ୍ତିଷ୍କକୁ ଆସିବା ମାତ୍ରେ ସେମାନଙ୍କ ପୋଷ୍ଟ୍ର ଭାଷାରେ ପରିବର୍ତନ ହେଉଥିଲା । ଅଧ୍ୟୟନକର୍ତା ବ୍ରେକ୍ଅପ୍ ପୂର୍ବରୁ ,ବ୍ରେକ୍ଅପ୍ ସମୟରେ ଏବଂ ତା’ପରେ ଦୁଇ ବର୍ଷର ପୋଷ୍ଟକୁ ଅବଲୋକନ କରିଥିଲେ ।
ଜାଣିବାକୁ ପାଇଲେ , ଯେଉଁ ମାନଙ୍କର ବ୍ରେକ୍ଅପ୍ ହେବାକୁ ଥାଏ , ତା’ର ୩ ମାସ ପୂର୍ବରୁ ସେମାନଙ୍କ ଭାଷା ବଦଳିଯାଏ । ହାରାହାରି ମାମଲାରେ ବ୍ରେକ୍ଅପ୍ ହେବାର ୬ ମାସ ପରେ ମଧ୍ୟ ସେମାନଙ୍କ ଭାଷାରେ ପରିବର୍ତନ ଆସିନଥାଏ । ଭାଷାରେ ‘ମୁଁ, ଆମେ ଭଳି ଶବ୍ଦର ମାତା୍ର ବଢିଯାଏ । ବ୍ୟକ୍ତି ନିଜ ପାଇଁ ପ୍ରୟୋଗ କରୁଥିବା ଶବ୍ଦର ମାତ୍ରା ମଧ୍ୟ ବଢିଥାଏ । ଏଥିରେ ତା’ର ଚାପ ଦେଖାଯାଏ । ବ୍ୟକ୍ତି ଅଧିକ ବ୍ୟକ୍ତିଗତ ପୋଷ୍ଟ୍ ଜରିଆରେ ଶେୟାର କରେ । ‘ମୋ କାହାଣୀ କହିବି କି ନାହିଁ ଜାଣିପାରୁନି.....ମୋତେ ସାହାର୍ଯ୍ୟ ଆବଶ୍ୟକ,କାରଣ ମୁଁ ନିଜକୁ ହଜାଇ ଦେଇଥିବା ଭଳି ଅନୁଭବ କରୁଛି ।’ ଯେତେବେଳେ ବ୍ୟକ୍ତିର ମନ ପରିବର୍ତନ ହୁଏ କିମ୍ବା ହେବାକୁ ଯାଉଥାଏ, ଏ ପ୍ରକାର ଭାଷା ପ୍ର୍ରୟୋଗ କରାଯାଏ ।




admin 