ନିଶ୍ଚିହ୍ନ ହେବେ ମାଛ

ନିଶ୍ଚିହ୍ନ ହେବେ ମାଛ

ଆଉ ବର୍ଷ କେଇଟା ପରେ ପୋଖରୀ ,ନଇ , ସମୁଦ୍ରରୁ ମାଛ ଲୋପ ପାଇଯିବେ । ଏହା ଜ୍ୟୋତିଷ ଙ୍କ ଭବିଷ୍ୟବାଣୀ ନୁହେଁ । ବର୍ଷ ବର୍ଷ ଗବେଷଣା ପରେ ଗବେଷକ କହିଛନ୍ତି ୨୦୮୦ ସୁଦ୍ଧା ମାଛର ୭୦% ପ୍ରଜାତି ନିଶ୍ଚିହ୍ନ ହେବାର ଆଶଙ୍କା ଦେଖାଗଲାଣି । ତାପମାତ୍ରା ଦିନକୁ ଦିନ ବଢୁଛି । ପରିବେଶ ପରିବର୍ତନ ଅନୁସାରେ ସମୁଦ୍ର ଜଳରେ ଅମ୍ଳଜାନ ପରିମାଣ କ୍ରମାଗତ ଭାବେ କମିବାରେ ଲାଗିଛି । ଗତ ୨୦ ବର୍ଷ ମଧ୍ୟରେ ମାଛର କେତେ ପ୍ରକାର ପ୍ରଜାତି ପୋଖରୀ ,ନଦୀରେ ଆଗ ଭଳି ଦେଖା ଯାଉ ନାହାଁନ୍ତି । ସମୁଦ୍ରର ଉପରି ଭାଗରେ ଦେଖାଯାଉଥିବା ଏହି ମାଛ ସବୁ ଏବେ ଗଭୀର ସମୁଦ୍ରରେ ଅଛନ୍ତି । ସେମାନଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ପାଣି ଉତପ୍ତ ରହୁ ଥିବାରୁ ମାଛଙ୍କ ବଂଶ ବୃଦ୍ଧି ହୋଇପାରୁନାହିଁ । ଜଳବାୟୁ ପରିବର୍ତନରେ ପ୍ରାଣୀ ଜଗତରେ ବିଭିନ୍ନ ପ୍ରଜାତି ଲୋପ୍ ପାଇଯିବେ । ସେହି ତାଲିକାରେ ପ୍ରଥମେ ମାଛ ମାନେ ଥିବାର ଗବେଷକ କହିଛନ୍ତି ।