ଅଦାଗୁଣ୍ଡ - ଗଛ ପାଇଁ ଔଷଧ
ଭୁବନେଶ୍ୱର : କେତେ ଜଣ ଲୋକ ଛାତ ଉପରେ , ଅଗଣାରେ ଛୋଟ ବଗିଚା କରିବାକୁ ପସନ୍ଦ କରୁଛନ୍ତି । କେହି କେହି ପନିପରିବା ଲଗାଉଥିବା ବେଳେ ଅନ୍ୟମାନେ ରଙ୍ଗ ବେରଙ୍ଗର ଫୁଲ ଚାଷ କରୁଛନ୍ତି । ଏମାନଙ୍କ ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ ହେଉଛି ଗଛଲତାରେ କୀଟ ହେବା । ଜୈବିକ ଉପାୟରେ ଏହି କୀଟକୁ ଦୂର କରିବାର ଉପାୟ ଅଛି । ଅଦା ଗୁଣ୍ଡ ସ୍ପ୍ରେକୁ ଗଛରେ ନିୟମିତ ପକାଇଲେ କୀଟ ,ପୋକ ଆଦି ହେବାରେ ଭୟ ନ ଥାଏ ।
ଅଦା ଗୁଣ୍ଡ କୁ ବେଶ୍ ସହଜ ଉପାୟରେ ତିଆରି କରିପାରିବେ । ଅଦାକୁ ୨-୩ ଦିନ ଖରାରେ ଶୁଖାଇବେ । ଅଦା ଗୁଣ୍ଡ ୩ ଚାମଚରେ ଭିନେଗାର ୧ ଚାମଚ ମିଶାଇବେ । ସେହି ମିଶ୍ରଣରେ ୨ ଚାମଚ ହାଇଡେ଼୍ରାଜେନ୍ ପେରକ୍ସାଇଡ଼୍ ମିଶାଇ ବୋତଲରେ ରଖନ୍ତୁ । ଅଦାର ମିଶ୍ରଣକୁ ବଗିଚା ଗଛରେ ପ୍ରତି ୨ ଦିନରେ ଥରେ ସ୍ପ୍ରେ କରିଲେ କୀଟ , ପୋକ ସବୁ ଦୂରେଇଯିବେ । ଅଦା ଚୋପାକୁ ମଧ୍ୟ କୁଣ୍ଡରେ ରଖନ୍ତୁ । ତାହା ଖାଦ ଭଳି କାମ କରିବ ।




admin 