ଆଜି ସରିବ ଯୁକ୍ତ ତିନିରେ ନାମଲେଖା ଆବେଦନ ପ୍ରକ୍ରିୟା

ଆଜି ସରିବ ଯୁକ୍ତ ତିନିରେ ନାମଲେଖା ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ଯୁକ୍ତ ତିନିରେ ନାମଲେଖା ଆବେଦନ ପାଇଁ ଆଜି ହେଉଛି ଶେଷ ତାରିଖ । ଆଜି ଆବେଦନ ସରିବା ପରେ ୧୪ରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଜୁଲାଇ ୨୭ରେ ଦ୍ବିତୀୟ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଅଗଷ୍ଟ ୩ରେ ତୃତୀୟ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେହିପରି ଅଗଷ୍ଟ ୨୧ରେ ଚତୁର୍ଥ ପର୍ୟ୍ୟାୟ, ସେପ୍ଟେମ୍ବର ୧ରେ ପଞ୍ଚମ ଓ ସେପ୍ଟେମ୍ବର ୧୩ରେ ଷଷ୍ଠ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଏନେଇ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି ।

ସାମ୍ସ ଓ୍ବେବସାଇଟରେ ଛାତ୍ରଛାତ୍ରୀ ଆବେଦନ କରୁଛନ୍ତି । ୨୦୨୨-୨୩ ଶିକ୍ଷାବର୍ଷରେ ୧ ହଜାର ୨୩ଟି ଯୁକ୍ତତିନି କଲେଜର ୨ ଲକ୍ଷ ୫୫ ହଜାର ୯୧୬ ସିଟରେ ନାମଲେଖା ହୋଇଥିଲା । ଚଳିତ ବର୍ଷ ୧୦୪୨ କଲେଜର ୨ ଲକ୍ଷ ୭୦ ହଜାର ୩୪୭ ସିଟରେ ନାମଲେଖା ହେବ । କଳା ବିଭାଗର ୧ ଲକ୍ଷ ୫୧ ହଜାର ୯୦୨, ଫିଜିକାଲ ସାଇନ୍ସରେ ୪୬ ହଜାର ୧୩୯, ବାୟୋଲୋଜିକାଲ ସାଇନ୍ସରେ ୨୮ ହଜାର ୬୯୨, ବାଣିଜ୍ୟର ୩୨ ହଜାର ୩୮୦, ସେଲ୍ଫ ଫାଇନାନ୍ସିଂର ୨ ହଜାର ୦୮୬ ଓ ସଂସ୍କୃତରେ ୯ ହଜାର ୧୪୮ ସିଟ୍ ରହିଛି ।