ବିଜେଡି ଛାଡ଼ିଲେ ଆଉ ଜଣେ ନେତା, କିଏ ସେ ଜାଣନ୍ତୁ

ଭୁବନେଶ୍ୱର: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନେତାଙ୍କ ଇସ୍ତଫା ତାଲିକା ଧୀରେ ଧୀରେ ବଢିବାରେ ଲାଗିଛି । ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ଇସ୍ତଫା ଧାରା ଜାରି ରହିଛି ।
ଏହି କ୍ରମରେ ଆଜି ଜଣେ ବିଜେଡି ନେତା ଦଳ ଛାଡ଼ିଛନ୍ତି । ସେ ହେଉଛନ୍ତି ସୀତାରାମ ପାଣିଗ୍ରାହୀ । ସେ ତାଙ୍କ ଇସ୍ତଫାପତ୍ରକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ।
୨୦୧୪ରେ ସୀତାରାମ କବିସୂର୍ଯ୍ୟନଗରର କଂଗ୍ରେସ ବିଧାୟକ ପ୍ରାର୍ଥୀ ଥିଲେ । ପରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ । କିନ୍ତୁ ଏବେ ସେ ବିଜେଡିକୁ ବାଏ ବାଏ କରିଦେଇଛନ୍ତି ।