ଝାଡ଼ାବାନ୍ତି: ଜଣଙ୍କର ମୃତ୍ୟୁ, ୪ ଆକ୍ରାନ୍ତ

କୋରାପୁଟ: କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡା ପଦର ପଞ୍ଚାୟତ ଅଧୀନସ୍ଥ ଦେଓ ଖଡକ ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ଓ ୪ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗାଁକୁ ଆମ୍ବୁଲାନ୍ସ ଗାଡ଼ି ପହଞ୍ଚି ପାରି ନ ଥିବାରୁ ପଅରଦିନ ବିଳମ୍ବିତ ରାତିରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିଲା। ତାଙ୍କର ନାଁ ହେଲା ବାସନ୍ତୀ ମୁଦୁଲି। ଗତକାଲି ଅପରାହ୍ଣରେ ପୁଣି ମୃତ ବାଳିକାର ବଡ଼ ଭଉଣୀ, ସୁରଭି ମୁଦୁଲି (୧୧)କୁ ଷ୍ଟ୍ରେଚରରେ ଭାର ବୋହି, ଅନ୍ଧାରୀ ନଦୀ ପାରି କରି ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ଭର୍ତ୍ତି କରାଯାଇଥିଲା। କେବଳ ସେତିକି ନୁହେଁ, ସେହି ଗ୍ରାମର, ପଦ୍ମନି ମୁଦୁଲି ( ୪୫ ) ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଥିବା ବେଳେ, ସେହି ପଞ୍ଚାୟତର ଶିଶି କୁଡି ଗାଁର, ଭଗବତୀ ପାଇକ(୩୫) ଏବଂ ଶୁକ୍ରି ମୁଦୁଲି(୨୩)ଙ୍କୁ ବାନ୍ତି ହୋଇଥିବା ଜଣାପଡ଼ିଛି।ସୂଚନା ମୁତାବକ ଗତ କିଛି ଦିନ ତଳେ ସେହି ଗାଁର କେତେକ ଲୋକ ଦୂଷିତ ପାଣି ବ୍ୟବହାର କରି ଝାଡ଼ାବାନ୍ତିର ଶିକାର ହୋଇ ଥିଲେ। ପୁଣି ଆଜି, ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେତେ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ଜଣାପଡ଼ିଛି।