ଔଷଧୀୟ ଗୁଣରେ ଭରପୁର ଡିମିରି ଫଳ

ଔଷଧୀୟ ଗୁଣରେ ଭରପୁର ଡିମିରି ଫଳ

ଡିମିରି ଏକ ଜଙ୍ଗଲୀ ଫଳ । ଏହି ଫଳ ମୁଖ୍ୟତଃ ଭାରତ, ଶ୍ରୀଲଙ୍କା, ଦକ୍ଷିଣ ଚୀନ, ଅଷ୍ଟ୍ରେଲିଆ ଭଳି ଦେଶରେ ଦେଖାଯାଏ । ଏହି ଫଳ ମୋରାସେ ପରିବାରରୁ ଆସିଛି । ଏହି ଫଳର ବୈଜ୍ଞାନିକ ନାମ ହେଉଛି ଫାଇକସ୍‌ ହିସ୍‌ପିଡା । ଏହି ଫଳ ଶୀତଦିନେ ଫଳିଥାଏ । ଏହି ଫଳକୁ କୋରାପୁଟର ଆଦିବାସୀ ଲୋକମାନେ ରୋଷେଇ କରି ମଧ୍ୟ ଖାଆନ୍ତି ।

ଡିମିରି ଫଳ ଦେଖିବାକୁ ଗୋଲାକାର । ଏହି ଫଳର ରଙ୍ଗ କଞ୍ଚା ଥିଲା ବେଳେ ସବୁଜ ଏବଂ ପାଚିଲା ପରେ ଲାଲ୍‌ କିମ୍ବା ହଳଦିଆ ରଙ୍ଗର ହୋଇଥାଏ । ଏହି ଫଳର ଆକାର ୧୫-୩୦ ମି. । ଏହି ଫଳ ଆୟୁର୍ବେଦି ଔଷଧ ହିସାବରେ ବହୁତ ବ୍ୟବହାର କରାଯାଏ 

ଏହି ଫଳରେ ୩୫ଟି ଫାଇଟୋକେମିକାଲ୍ସ ଯଥା କୁଇନନ୍‌, ଆଲ୍କାଲଏଡ୍‌, ଫିନଲ୍‌, ଫ୍ଲାବୋନୋଏଡ୍‌, ଗ୍ଲାଇକୋସାଇଡ୍‌, ଟାନିନ୍‌, କ୍ୟୁମାରିନ୍‌ ଇତ୍ୟାଦି ଭରି ରହିଛି । ୧୦୦ ଗ୍ରାମ ଡିମିରି ଫଳରେ ୭୯.୫% ମଏଶ୍ଚର, ୫.୪୪% ଆସ୍‌, ୨.୭୯% ଫ୍ୟାଟ୍‌, ୨୨.୧୪% ଫାଇବର, ୬.୨୧% ପ୍ରୋଟିନ୍‌, ୩୧.୪୧% କାର୍ବୋହାଇଡ୍ରେଟ, ୧୭୫%.୫% ଶକ୍ତି ଭରି ରହିଛି ।

ଏହି ଫଳ ଆୟୁର୍ବେଦ ଚିକିତ୍ସାରେ ଚର୍ମ ରୋଗ, କ୍ଷତ, ଜ୍ୱର ଭଳି ସମସ୍ୟା ଦୂର କରିଥାଏ । ଏହି ଫଳର ଜୁସ୍‌କୁ ଲୋକମାନେ ପାଇଲ୍ସ, ଜଣ୍ଡିସ୍‌ ଓ ପାକସ୍ତଳୀରେ ଥିବା ସମସ୍ୟାକୁ ଦୂର କରିବା ପାଇଁ ବ୍ୟବହାର କରନ୍ତି । ମଧୁମେହ ଆଶଙ୍କା ମଧ୍ୟ ଦୂର କରିଥାଏ । ଋତୁସ୍ରାବ ସମୟରେ ଅତ୍ୟଧିକ ରକ୍ତସ୍ରାବ ରୋକିବା ପାଇଁ ମଧ୍ୟ ଏହି ଫଳ ସହାୟକ ହୋଇଥାଏ ।