ବାଲିଅନ୍ତାରେ ଡେଙ୍ଗୁ: ୧୯ ଆକ୍ରାନ୍ତ

ବାଲିଅନ୍ତାରେ ଡେଙ୍ଗୁ: ୧୯ ଆକ୍ରାନ୍ତ

ବାଲିଅନ୍ତା: ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ସ୍ଥିତି ଭୟଙ୍କର ହେଉଥିବା ବେଳେ ଏବେ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଡେଙ୍ଗୁ ମାଡ଼ିବା ଦେଖାଗଲାଣି। ବାଲିଅନ୍ତା ବ୍ଲକ୍‌ରୁ ୧୯ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେଣୁ ବାଲିଅନ୍ତାରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବ ଦେଖାଗଲାଣି ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଣୁ ତୁରନ୍ତ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ତତ୍ପର ହେବା ଜରୁରୀ ବୋଲି ଲୋକେ ଦାବି କରିଛନ୍ତି। 

ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦୋପଟିସାହିର ୨ଜଣ, ପ୍ରତାପଶାସନରେ ୧, ସାତକାଣିଆରେ ଜଣେ ବ୍ୟବସାୟୀ, ପ୍ରତାପରୁଦ୍ରପୁରରେ ୧, କାକରୁଦ୍ରପୁର ଅଞ୍ଚଳରେ ଜଣେ ଓ ଝିଣ୍ଟିଶାସନ ପଞ୍ଚାୟତରେ ଜଣେ, ମହୁଖଣ୍ଡାରେ ୩ ଜଣ, ପାରିବାସୁଦେଇପୁର ଅଞ୍ଚଳରେ ୩ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆହୁରି କିଛି ଆକ୍ରାନ୍ତଙ୍କ ଠିକଣା ଜଣାପଡ଼ିନାହିଁ। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ବାଳକାଟି ଅଞ୍ଚଳର ୩ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।