ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ :ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗ

ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ :ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗ

ଭୁବନେଶ୍ବର: କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ୪/୫ ଜଣ ବାବୁ ଆସି ଦେଖି ଦେଇଗଲେ ମେଟ୍ରୋ ହୋଇଯାଏନି। ମାଟିର ଅନୁଧ୍ୟାନ ହେଲା ବୋଲି କୁହାଗଲା, ସେମିତି କଣ ମେଟ୍ରୋ ହୋଇଯାଏ? ଷ୍ଟେସନ ଆଗରେ ପାଣି ଜମୁଥିବା କଥା କହି ପରୋକ୍ଷରେ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର। ରେଳ ମନ୍ତ୍ରାଳୟ ସହ ରାଜ୍ୟ ସରକାର କୌଣସି ଆଲୋଚନା କରିନଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଅନ୍ୟପଟେ ଏହାର ଜବାବ ରଖିଲେ ବିଧାୟକ ଅନନ୍ତ ନାରାୟଣ ଜେନା। ମେଟ୍ରୋ କାର୍ଯ୍ୟ ଆରମ୍ଭ ହୋଇସାରିଛି, ଖୁବ ଶୀଘ୍ର ସାଧାରଣ ଲୋକ ସେବା ପାଇବେ ବୋଲି ସେ କହିଛନ୍ତି।