ସନ୍ଦେହଜନକ ଭାବେ ମିଳିଲା ନାବାଳିକାଙ୍କ ଝୁଲନ୍ତା ମୃତଦେହ

ସନ୍ଦେହଜନକ ଭାବେ ମିଳିଲା ନାବାଳିକାଙ୍କ ଝୁଲନ୍ତା ମୃତଦେହ

ସନ୍ଦେହଜନକ ଭାବେ ମିଳିଲା ନାବାଳିକାଙ୍କ ଝୁଲନ୍ତା ମୃତଦେହ । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଶ୍ରୀରାମନଗର ବସ୍ତିରୁ ଜଣେ ନାବାଳିକା  ଝୁଲନ୍ତା ମୃତଦେହ ମିଳିଛି । ଉତ୍ତରପ୍ରଦେଶର  ୧୪ ବର୍ଷୀୟ ନାବାଳିକାଙ୍କୁ ଘରେ ତାଲା ପକାଇ ରଖା ଯାଇଥିବା ବେଳେ ଘର ଭିତରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ବାହାର ପଟୁ ତାଲା ପଡ଼ିଥିବା ବେଳେ ବେକରେ ଓଢ଼ଣୀ ଲଗାଇ ଝୁଲି ପଡିଛନ୍ତି ନାବାଳିକା ଜଣଙ୍କ । ଘଟଣାସ୍ଥଳରେ ମଞ୍ଚେଶ୍ୱର୍ ଥାନା ପୋଲିସ ତଦନ୍ତ କରୁଛି । ତେବେ ସାଇଣ୍ଟିଫିକ ଟିମ୍ ପହଞ୍ଚିବା ପରେ ଘଟଣାର ଅଧିକ ତଦନ୍ତ କରାଯିବ । ସେପଟେ ନାବାଳିକା ଜଣଙ୍କୁ କାମ କରାଇବା ପାଇଁ ଭୁବନେଶ୍ୱର ଅଣାଯାଇଥିବା ବେଳେ  ସେ ଅନ୍ୟ ଜଣେ ପୁଅକୁ ଭଲ ପାଉଥିଲା । ତାକୁ ଘରେ ତାଲା ପକାଇ ରଖିବାରୁ ସେ ଆତ୍ମହତ୍ୟା କରି ଦେଇଥିବା ସ୍ବୀକାର କହିଛନ୍ତି ନାବାଳିକାକୁ ରଖିଥିବା ମହିଳା । ସେପଟେ ପୋଲିସ ସନ୍ଦେହ କରୁଛି ନାବାଳିକାକୁ ରଖି କୌଣସି ପ୍ରକାର ଅନୈତିକ କାର୍ଯ୍ୟରେ ଲଗାଯାଉଥିଲା । ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।