ଦୁଃଖଦ: ବିଦ୍ୟୁତ ତାର ଲାଗି ୨ ମୃତ

ଦୁଃଖଦ: ବିଦ୍ୟୁତ ତାର ଲାଗି ୨ ମୃତ

ଯାଜପୁର:  ଅକାଳରେ ଝଡ଼ିପଡ଼ିଲା ୨ ଜୀବନ । ବିଦ୍ୟୁତ ତାର ଲାଗି ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ୨ ଜଣଙ୍କ ମୃତୁ୍ୟ  ହୋଇଥିବା ସୂଚନା ମିଳିଛି । ଘରେ ଲୁଗା ଶୁଖାଇବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରଧାନଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଛି । ଟମ୍‌ା ଥାନା ଜନିନ୍ଦାପାଳ ଗାଁରେ ଏହିଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରଧାନଶିକ୍ଷୟିତ୍ରୀଙ୍କୁ ବଂଚାଇବାକୁ ଯାଇ ଅନ୍ୟ ଜଣେ ଯୁବକ ମଧ୍ୟ ମୃତ ହୋଇଥିବା ସୂଚନା । କୌଣସି କାମରେ ପ୍ରଧାନଶିକ୍ଷୟିତ୍ରୀଙ୍କ ପାଖକୁ ଯୁବକ ଆସିଥିବା ସୂଚନା ।