ପ୍ରକାଶ ପାଇଲା ‘ସିବିଏସ୍‌ଇ’ ୧୦ମ ପରୀକ୍ଷା ଫଳ: ପାସ୍‌ ହାର ୯୩.୧୨%

ପ୍ରକାଶ ପାଇଲା ‘ସିବିଏସ୍‌ଇ’ ୧୦ମ ପରୀକ୍ଷା ଫଳ: ପାସ୍‌ ହାର ୯୩.୧୨%

ନୂଆଦିଲ୍ଲୀ: ଆଜି ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌’ (ସିବିଏସ୍‌ଇ) ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ସାମଗ୍ରିକ ପାସ୍‌ ପ୍ରତିଶତ ୯୩.୧୨ ହୋଇଥିବା କଥା ‘ସିବିଏସ୍ଇ’ କହିଛି।

ଏହା ପୂର୍ବରୁ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ମୋଟ ପାସହାର ୮୭.୩୩ ପ୍ରତିଶତ ରହିଥିଲା । ଯାହା ଗତ ବର୍ଷ ଅପେକ୍ଷା ଏହା କମ ବୋଲି ଜଣାଯାଇଛି । ଗତବର୍ଷ ମୋଟ ପାସହାର ୯୨.୭୧ ପ୍ରତିଶତ ରହିଥିଲା । ତେବେ ୯୯.୯୧ ପ୍ରତିଶତ ପାସହାର ସହ ଥିରୁବନନ୍ତପୁରମ ରିଜିଅନ ଶୀର୍ଷରେ ଥିବା ଜଣାଯାଇଛି । 
ତେବେ ସବୁଠାରୁ ବଡ଼ କଥା ହେଉଛି ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳରେ ଝିଅମାନେ ବାଜି ମାରିନେଇଛନ୍ତି । କାରଣ ଝିଅମାନଙ୍କ ପାସହାର ପୁଅମାନଙ୍କ ଅପେକ୍ଷା ୬ ପ୍ରତିଶତ ଅଧିକ । ଝିଅଙ୍କ ପାସହାର ୯୦.୬୮ ପ୍ରତିଶତ ହୋଇଥିବାବେଳେ ପୁଅଙ୍କ ପାସହାର ୮୪.୬୭ ପ୍ରତିଶତ ବୋଲି ଜଣାଯାଇଛି ।