ଭୁଶୁଡିଗଲା ଚାଉଳ ମିଲ୍‌, ୨ମୃତ ୧୪ ଆହତ

ଭୁଶୁଡିଗଲା ଚାଉଳ ମିଲ୍‌, ୨ମୃତ ୧୪ ଆହତ

ଭୁବନେଶ୍ୱର : ଚାଉଳ ମିଲ ଭୁଶୁଡି ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ଜଣ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହରିଆଣାରେ । ସୋମବାର-ମଙ୍ଗଳବାର ମଧ୍ୟରାତ୍ରିରେ ହରିଆଣାର କର୍ଣ୍ଣଲରେ ଏକ ଚାଉଳ ମିଲ୍‌ ଭୁଶୁଡ଼ିବା ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି । ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ୧୪ ଜଣ ଆହତ ହୋଇଛନ୍ତି । ତେଣେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି । ଏହି ଘଟଣା କର୍ଣ୍ଣଲର ତାରୋଓରିର ଏକ ତିନି ମହଲା ମିଲ୍‌ରେ ଘଟିଛି । ଶିବ ଶକ୍ତି ଚାଉଳ ମିଲରେ କାମ କରୁଥିବା କିଛି ଶ୍ରମିକ ଶୋଇଥିବା ଅବସ୍ଥାରେ ମିଲ୍‌ ଭୁଶୁଡି ପଡିଥିଲା । ଏହା ପରେ ପୁଲିସ୍‌ ଓ  ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । 

ଘଟଣାସ୍ଥଳରୁ ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ତଳେ ବହୁ ଶ୍ରମିକ ଫସି ରହିଛନ୍ତି ବୋଲି ସନ୍ଦେହ କରାଯାଉଛି । ଦୁର୍ଘଟଣା ପରେ ମିଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ମିଲର ମାଲିକଙ୍କୁ ପୁଲିସ ପଚରାଉଚରା କରୁଛି । ଏଭଳି ଅଭାବନୀୟ ଘଟଣା ପାଇଁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।