ଶୋଚନୀୟ ଘଟଣା; ନଦୀରେ ବୁଡିଯାଇ ନାବାଳକର ଚାଲିଗଲା ଜୀବନ

ଶୋଚନୀୟ ଘଟଣା; ନଦୀରେ ବୁଡିଯାଇ ନାବାଳକର ଚାଲିଗଲା ଜୀବନ

ବଡ଼ମ୍ବା : ନଦୀରେ ବୁଡିଯାଇ ନାବାଳକ ମୃତ। ଭଟ୍ଟାରିକା ପୀଠ ସନ୍ନିକଟ ମହାନଦୀରେ ବୁଡ଼ିଯାଇ ଜଣେ ୧୪ ବର୍ଷୀୟ ନାବାଳକର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ ଶଶାଙ୍ଗ ଗ୍ରାମର କୁଞ୍ଜବିହାରୀ ନାୟକଙ୍କର ପୁତ୍ର । ସେ ନବମ ଶ୍ରେଣୀରେ ପାଠ ପଢୁଥିଲେ। ଘଟଣାରୁ ପ୍ରକାଶ ଗୁରୁବାର ସକାଳ ପ୍ରାୟ ୯ଟା ସମୟରେ ସାଙ୍ଗସାଥୀଙ୍କ ସହିତ ନଦୀରେ ଗାଧୋଉଥିଲେ, ହେଲେ ହଠାତ୍ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ବୁଡ଼ିଯାଇଥିଲେ।

ଏହି  ଖବରପାଇ ବଡ଼ମ୍ବା ଏବଂ ନିକଟସ୍ଥ ବାଲିଝରୀର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟରେ ଲାଗିଥିଲେ । ସଫଳ ନହେବାରେ ପରେ ପରେ ବାଙ୍କୀ ଅଗ୍ନିଶମ କେନ୍ଦ୍ରର ସ୍ଵତନ୍ତ୍ର ସ୍କୁବା ଡାଇଭର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୂର୍ବାହ୍ନ ପ୍ରାୟ ୧୧ଟାରେ ବାଙ୍କୀର ଆଗ୍ନିକ ସରୋଜ କୁମାର ସାମଲ ନଦୀରେ ବୁଡ଼ି ଉକ୍ତ ନାବାଳକକୁ ଗଭୀର ଜଳରୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ବଡ଼ମ୍ବା ଡାକ୍ତରଖାନା ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।