କାନ୍ଥପଡ଼ି ଚାଲିଗଲା ଯୁବକଙ୍କ ଜୀବନ

କାନ୍ଥପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଦାମପୁର ଗାଁରେ ଦୁଃଖଦ ଘଟଣା ଘଟିଛି। କାନ୍ଥପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ପ୍ରଶାନ୍ତ ମଲ୍ଲିକ। ଆହତ ସୁକାନ୍ତ ମଲ୍ଲିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ଦୁଇ ଜଣ ସାଙ୍ଗ ବୋଲି ଜଣାଯାଇଛି। ଗତକାଲି ରାତିରେ ପ୍ରଶାନ୍ତଙ୍କ ଘରେ ସୁକାନ୍ତ ଶୋଇଥିଲେ।

ଏହି ସମୟରେ ଦୁଇ ଜଣଙ୍କ ଉପରେ ମାଟି କାନ୍ଥଟି ଭୁଷୁଡି ପଡ଼ିଥିଲା। ଶବ୍ଦ ଶୁଣି ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ। ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରଶାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୁକାନ୍ତ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି। ଗତକାଲି ସନ୍ଧ୍ୟାରେ ଦାମପୁର ଗାଁରେ କାଳ ବୈଶାଖୀ ଯୋଗୁଁ ମେଘ ପବନ ହୋଇଥିଲା। ବର୍ଷା ପବନ ଯୋଗୁ ମାଟି କାନ୍ଥଟି ଦୁର୍ବଳ ହୋଇଯିବା ଯୋଗୁ ରାତିରେ କାନ୍ଥ ଭୁଷୁଡ଼ି ପଡ଼ିଥିବା ସନ୍ଦେହ କରାଯାଉଛି।