ବାତ୍ୟା କ’ଣ ଓଡ଼ିଶାରେ ହେବ ? ୧.୩୦ରେ କହିବେ ଆଇଏମଡି ଡିଜି

ବାତ୍ୟା କ’ଣ ଓଡ଼ିଶାରେ ହେବ ?  ୧.୩୦ରେ କହିବେ ଆଇଏମଡି ଡିଜି

ଭୁବନେଶ୍ୱର: ବାତ୍ୟା, ଏହାକୁ ନେଇ ଏବେ ସମସ୍ତଙ୍କ ମନରେ ଭୟ । ବାତ୍ୟା କ’ଣ ଓଡ଼ିଶାରେ ହେବ । ଯଦି ହେବ କେତେ ଭୟଙ୍କର ହେବ ତାକୁ ନେଇ ଏବେ ସମସ୍ତେ ଛାନିଆ ।  ବଙ୍ଗୋପସାଗରରେ ପ୍ରଥମେ ଘୂର୍ଣ୍ଣିବଳୟ ସୃଷ୍ଟି ଓ ଏବେ ଏବେ ତାହା ଲଘୁଚାପରେ ପରିଣତ ହୋଇଛି । ତେବେ ସୃଷ୍ଟି ହୋଇଥିବା ଲଘୁଚାପ ଓ ବାତ୍ୟା ସମ୍ପର୍କରେ  ଆଇଏମଡି ଡିଜି ସୂଚନା ଦେବେ । ଆଜି ସାଢେ ଗୋଟାଏ ବେଳେ ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେବେ ବୋଲି ଜଣାଯାଇଛି । ପ୍ରକାଶ ଯେ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି ।

ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି କରିଛି । ଲଘୁଚାପ କ୍ଷେତ୍ର ସୃଷ୍ଟ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ୯ରେ ଅବପାତରେ ପରିଣତ ହେବ । ଆଗକୁ ଆହୁରି ଘନୀଭୂତ ହୋଇ ବାତ୍ୟା ରୂପ ନେବା ସହ ଉତ୍ତର ମୁହାଁ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି । ହେଲେ ସମ୍ଭାବ୍ୟ ବାତ୍ୟାର ରୂପରେଖ ଓ ତୀବ୍ରତାକୁ ନେଇ କୌଣସି ସୂଚନା ଦେଇନି । ଲଘୁଚାପ ସୃଷ୍ଟି ଓ ଏହା ଅବପାତ ହେବାର ସମ୍ଭାବନାକୁ ନେଇ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଆକଳନ କରୁଛନ୍ତି ।

ଆଇଏମ୍‌ଡି ଜିଏଫ୍‌ଏସ ମଡେଲ ଅନୁସାରେ ୮ ତାରିଖରେ ଏହା ଅବପାତ ରୂପ ନେବ । କିନ୍ତୁ ଏନ୍‌ସିଇପି ଜିଏଫଏସ୍‌ ମଡେଲ ମୁତାବକ ଏହା ୯ରେ ଅବପାତ ହେବ । ଇସିଏମଡବ୍ଲୁଏଫ୍‌ ଅନୁସାରେ ଅବପାତ ହେବା ବେଳକୁ ୧୧ ତାରିଖ ହୋଇଯିବ । ତେବେ ଅଧିକାଂଶ ମଡେଲ ଅନୁସାରେ ମିଆଁମାରରେ ବାତ୍ୟା ମୋଚା ଲ୍ୟାଣ୍ଡଫଲ କରିବ । ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଏଥିରୁ ବର୍ତ୍ତିଯିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।