ନୂଆ ରୂପରେ ଝଲସିବ କଟକ ନେତାଜୀ ଜନ୍ମ ସ୍ଥାନ
କଟକ ସହର ସୌନ୍ଦର୍ଯ୍ୟ କରଣ ଅଭିଯାନରେ ଆଉ ଏକ ନୂତନ ଫର୍ଦ ଯୋଡିହେବାକୁ ଯାଉଛି. ନୂତନ ରୂପରେ ସାମ୍ନା କୁ ଆସିବାକୁ ଯାଉଛି ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ ମୁଖଶାଳା.10ଏକର ପରିମିତ ଜମିରେ ସୁରୁଚ ତୋରଣ ସାଙ୍ଗକୁ ଆମୋଦ ପ୍ରମୋଦ କେନ୍ଦ୍ର ଶିଶୁ ଉଦ୍ୟାନ,ଯୋଗ କେନ୍ଦ୍ର ଲାଇଟ ଆଣ୍ଡ ସାଉଣ୍ଡ ସହିତ 30ଟି ଭାଷାରେ ନେତାଜୀଙ୍କ ଜୀବନୀକୁ ଏଠାରେ ଉପସ୍ଥାପନ କରାଯିବ. ଆସନ୍ତା 3ମାସ ମଧ୍ୟରେ ପ୍ରକଳ୍ପ ଶେଷ ହେବ ବୋଲି କତୃପକ୍ଷ କହିଛନ୍ତି.ସେପଟେ ସ୍ଥାନୀୟ ଓ ସହରବାସୀ ପ୍ରକଳ୍ପ କୁ ସ୍ୱାଗତ କରିବା ସହିତ ଏହା ସହରର ବିକାଶ ର ଅନ୍ୟତମ ଉଦାହରଣ ବୋଲି କହିଛନ୍ତି
ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାସ ଚନ୍ଦ୍ର ବୋଷ ଙ୍କ ଜନ୍ମ ସ୍ଥାନ ଓଡ଼ିଆ ବଜ଼ାର ଓ ଦରଘା ବଜ଼ାର ଅଞ୍ଚଳ ଏବେ ଚମକିବାକୁ ଯାଉଛି. କଟକ ଉନ୍ନୟନ କତୃପକ୍ଷ ଓ ନେସନାଲ ପ୍ରୋଜେକ୍ଟ କଂଷ୍ଟସନ କର୍ପୋରେସନ ମିଳିତ ଉଦ୍ୟମରେ 10ଏକର ପରିମିତ ଜମିରେ ତିଆରି ହେଉଛି ନେତାଜୀ ଜନ୍ମ ସ୍ଥାନ ମୁଖଶାଳା ମେଗା ପ୍ରକଳ୍ପ. ଏଥିରେ ସ୍ଥାନ ପାଇଛି ଇଂରେଜ ଅମଳ ର ପୁରୁଣା ଜେଲ,ଯାହାର ମୂଳ ଢାଞ୍ଚା କୁ ସୁରକ୍ଷିତ ରଖି ହୋଇଛି ନବୀକରଣ,ଏଥି ସହିତ ସୁରୁଚ ତୋରଣ, ଯୋଗ କେନ୍ଦ୍ର, ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା,ଶିଶୁ ଉଦ୍ୟାନ ଫୁଡ କରିଡର ସାଙ୍ଗକୁ 2ଟି ଡିସପ୍ଲେ ମାଧ୍ୟରେ 30ଟି ଭାଷା ରେ ନିତାଜୀ ଙ୍କ ଜୀବନୀ କୁ ସ୍ଥାନ ଦିଆଯିବ. ଏଥିପାଇଁ 22କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଆସନ୍ତା 3ମାସ ମଧ୍ୟରେ ଏହା ସମ୍ପୂର୍ଣ ହେବ ବୋଲି ସିଡିଏ ଉପାଧକ୍ଷ କହିଛନ୍ତି.
ନେତାଜୀ ସୁବାଷ କେବଳ କଟକ ତଥା ଓଡିଶା ର ନୁହେଁ ସମଗ୍ର ଦେଶ ପାଇଁ ଗୌରବ.ତାଙ୍କ ଜନ୍ମ ସଂଗ୍ରହଲୟ ସମ୍ମୁଖରେ ଥିବା ପୁଷ୍କରିଣୀ ଠାରୁ ଆରମ୍ଭ କରି ବିଶିର୍ଣ୍ଣ ଅଞ୍ଚଳ ଅଳିଆ ଖାତ ଓ ବ୍ୟକ୍ତିଗତ ଜବର ଦଖଲ ରେ ପଡିରହିଥିଲା ରାଜ୍ୟ ସରକାରଙ୍କ ସୌଦାର୍ଯ୍ୟକରଣ ଯୋଜନା ରେ ଏହା ଆଜି ନୂତନ ରୂପ ପାଇବାକୁ ଯାଉଥିବାରୁ ସ୍ଥାନୀୟ ତଥା ସହରବାସୀ ବେଶ ଖୁସି. ସହର ସହର ମଧ୍ୟ ଭାଗ ରେ ଏହା ସମସ୍ତ ଙ୍କ ପାଇଁ ଦର୍ଶନୀୟ ଓ ଅବସର ବିନୋଦନ ର ପ୍ରମୁଖ କେନ୍ଦ୍ରରେ ପରିଣତ ହେବ.ସହରର ପର୍ଯ୍ୟଟନ ମାନଚିତ୍ର ରେ ଏହା ଫର୍ଦ ଯୋଡିବା ସହିତ ଅଞ୍ଚଳ ମାନ ବଢାଇବ ବୋଲି ସେମାନେ କହିଛନ୍ତି.ଏଠାକୁ ଦେଶ ବିଦେଶରୁ ଲୋକେ ଆସିବେ କାଉଣ୍ଟର ରୁ ଟିକେଟ କାଟିବା ପରେ ଏହି ବହୁମୁଖୀ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ସହିତ ନେତାଜୀଙ୍କ ଜନ୍ମ ସ୍ଥାନ ଓ ଜୀବନୀ ର ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଜାଣିବାର ସୁଯୋଗ ପାଇବେ.




