ସିଲ୍ ହେଲା ସମ୍ବଲପୁର ସୀମା
ସମ୍ବଲପୁର: ସମ୍ବଲପୁର ସୀମା ସିଲ୍ । ଉତେଜନାକୁ ଦୃଷ୍ଟିରେ ରଖି ଜିଲ୍ଲା ସୀମା ସିଲ୍ କଲା ପ୍ରଶାସନ । ଯେମିତି ବାହାର ଜିଲ୍ଲାରୁ କେହି ପ୍ରବେଶ ନକରି ପାରିବେ ସେଥିପାଇଁ ଅଧିକ ଫୋର୍ସ ମୂତୟନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଳପୁର ଏସପି ।
ଗତ ରାତିରେ ସମ୍ବଲପୁରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରିଛି ପ୍ରଶାସନ । ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡକୁ ଆଖିରେ ରଖି କଡା ପଦକ୍ଷେପ ନେଇଛି ପ୍ରଶାସନ । ପରବର୍ତି ଆଦେଶ ନ ଆସିବା ଯାଏଁ ସହରରେ କର୍ଫ୍ୟୁ କଟକଣା ବଳବତର ରହିବ । ତେବେ ସକାଳ ୮ଟାରୁ ୧୦ଟା ଯାଏଁ ଏବଂ ଅପରାହ୍ଣ ସାଢେ ୩ଟାରୁ ସନ୍ଧ୍ୟା ସାଢେ ୫ଟା ଯାଏଁ ଜରୁରୀ କାମର ବାହାରକୁ ବାହାରିପାରିବେ ଲୋକେ । କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଆତ୍ୟାବଶ୍ୟକ ସେବା ବ୍ୟତିତ ସବୁ କିଛି ବନ୍ଦ ରହିବ । ଏପରି କି ବସ ଚଳାଚଳ ବନ୍ଦ ରହିବ । ସେହିପରି ଟ୍ରେନ ଯାତ୍ରୀ କଟକଣା କୋହଳ ସମୟରେ ଷ୍ଟେସନକୁ ଯାଇପାରିବେ, ଅନ୍ୟସମୟରେ ସହର ଭିତର ଦେଇଯାଇପାରିବେ ନାହିଁ ।
ସେପଟେ ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ ୨୪ ଘଂଟିଆ ହେଲପଲାଇନ ନଂବର ଜାରି କରାଯାଇଛି । ହେଲପ ଲାଇନ ନଂବର ହେଉଛି ୭୬୫୫୮୦୦୭୬୦ । ଅନ୍ୟପଟେ ସମ୍ବଲପୁର ସହରର ୬ଟ ଥାନା ଅଂଚଳରେ କର୍ଫ୍ୟୁ ଜାରି କରାଯାଇଛି । ଟାଉନ ଥାନା, ଧନୁପାଲି ଥାନା, କ୍ଷେତରାଜପୁର ଥାନା, ଅଇଁଠାପାଲି ଥାନା, ବରେଇପାଲି ଥାନା ଓ ସଦର ଥାନା ଅଂଚଳରେ କର୍ଫ୍ୟୁ କଟକଣା ଜାରି ରହିବ । ସ୍ଥିତିରେ ସୁଧାର ନ ଆସିବା ଯାଏଁ କର୍ଫ୍ୟୁ ଜାରି ରହିବ । ସାଧାରଣ ଜନତା, କୌଣସି ବ୍ୟକ୍ତି ବିଶେଷ ଘରୁ ନବାହାରିବା ପାଇଁ ପ୍ରଶାସନ ତାଗିଦ କରିଛି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଜରୁରୀ କାମ ପାଇଁ ଦିନକୁ ଦୁଇଥର କଟକଣା କୋହଳ ହେବ ।




admin 