ଗାଡ଼ିରେ ପ୍ରେସ୍‌ ଲେଖି ଗ‌େଞ୍ଜଇ ଚାଲାଣ

ଗାଡ଼ିରେ ପ୍ରେସ୍‌ ଲେଖି ଗ‌େଞ୍ଜଇ ଚାଲାଣ

ସୁବର୍ଣ୍ଣପୁର : ପୁଲିସକୁ ଚକ୍‌ମା ଦେବାକୁ ଗାଡ଼ିରେ ଲେଖା ହୋଇଥିଲା ପ୍ରେସ୍‌। ହେଲେ ଭିତରେ ଥିଲା ଗଂଜେଇ। ଏପରି କରି ଧରା ପଡ଼ିଛନ୍ତି ଦମ୍ପତି। ଭାବିଥିଲେ କେହି ଜାଣିପାରିବେ ନାହିଁ। ହେଲେ ଦମ୍ପତିଙ୍କ ସବୁ ଅଙ୍କ ଭୁଲ ହୋଇଗଲା। ଅଧା ବାଟରେ ମାଡ଼ି ବସିଲା ଅବକାରୀ ବିଭାଗ। ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ।ପୁଲିସ ଦମ୍ପତିଙ୍କୁ ଗରଫ କରିଛି। ସେମାନେ ହେଲେ ମଧ୍ୟପ୍ରଦେଶ କୋତ୍ମା ଅଞ୍ଚଳର ୩୬ ବର୍ଷୀୟ ଅନିଲ ସୋନି ତାଙ୍କ ପତ୍ନୀ ୩୧ ବର୍ଷୀୟ ରଜନୀ ସୋନି।
ଆଜି ସକାଳେ ପ୍ରେସ ଲେଖାଯାଇଥିବା ଏକ ଧଳା ରଙ୍ଗର କାର୍ରେ ଅନିଲ ତାଙ୍କ ପତ୍ନୀ ବୌଦ୍ଧରୁ ଗଞ୍ଜେଇକୁ ନେଇ ମଧ୍ୟପ୍ରଦେଶ ଯାଉଥିଲେ। ଏନେଇ ସୋନପୁର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଅନିଲ ଗାଡ଼ିକୁ ପିଛା କରିଥିଲା। କିଛି ବାଟ ପିଛା କରିବା ପରେ ସୋନପୁର-ବିନିକା ରାସ୍ତାର କର୍ତଙ୍ଗ ଛକ ନିକଟରେ ଗାଡ଼ିକୁ ଅଟକାଇଥିଲା। ଗାଡ଼ିକୁ  ଯାଞ୍ଚ କଲା ବେଳେ ସେଥିରୁ  ୨୦ କେଜି ୫୦୦ ଗ୍ରାମ  ଗଞ୍ଜେଇ ଜବତ କରିଥିଲା। ପରେ ଅବକାରୀ ଦମ୍ପତିଙ୍କୁ ପଚରାଉଚରା କରିବାପରେ ଗିରଫ କରିଥିଲା ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।