ରାଜ୍ୟରେ ୩୯୩ କୋଭିଡ ପଜିଟିଭ୍

ରାଜ୍ୟରେ ୩୯୩ କୋଭିଡ ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୩ ଜଣ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୬୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁର ରେ ୭୧, କଟକ ୬୫, ମୟୂରଭଞ୍ଜ ୨୮,ବଲାଙ୍ଗୀର ୨୧, ଖୋର୍ଦ୍ଧାରେ ୨୭, ଅନୁଗୁଳରୁ ୨ ଜଣ, ବରଗଡ଼ରୁ ୩ ଜଣ, ବଲାଙ୍ଗୀରରୁ ୨୧ ଜଣ, ବୌଦ୍ଧରୁ ୬ ଜଣ, ଦେଓଗଡ଼ରୁ ୩ ଜଣ, ଜଗତ୍ସିଂହପୁରରୁ ୪ ଜଣ, ଯାଜପୁରରୁ ୧ ଜଣ, ଝାରସୁଗୁଡ଼ାରୁ ୧ ଜଣ, କଳାହାଣ୍ଡିରୁ ୨ ଜଣ, କନ୍ଧମାଳରୁ ୧ ଜଣ, କେନ୍ଦ୍ରପଡ଼ାରୁ ୧ ଜଣ, କୋରାପୁଟରୁ ୩ ଜଣ, ନବରଙ୍ଗପୁରରୁ ୩ ଜଣ, ନୟାଗଡ଼ରୁ ୩ ଜଣ, ନୂଆପଡ଼ାରୁ ୯ ଜଣ, ପୁରୀରୁ ୧ ଜଣ, ଜଣ ଓ ସୋନପୁରରୁ ୯ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ହସ୍ପିଟାଲ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରଯାଇଛି। ସୋମବାର ଦିନ ଏ ସଂକ୍ରାନ୍ତରେ ସବୁ ସିଡିଏମ୍ଓ ଓ ମେଡିକାଲ କଲେଜର ଅଧୀକ୍ଷକଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି।