ପୁଣି ଫେରିଲା କରୋନା

ପୁଣି ଫେରିଲା କରୋନା

ନୂଆଦିଲ୍ଲୀ : କରୋନା ଭୂତାଣୁ ପୁଣି ଥରେ ସାରା ବିଶ୍ୱରେ ନିଜର ସଂକ୍ରମଣ ବିସ୍ତାର କରୁଛି। ଏହି ସଂକ୍ରମଣ ଲୋକଙ୍କୁ ନୂଆ ବର୍ଷ ଏବଂ ଖ୍ରୀଷ୍ଟମାସରେ ଲୋକଙ୍କୁ ଏକାଠି ହେବାକୁ ବାରଣ କରୁଛି । ଭାରତରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦୦ ରୁ ଅଧିକ  ଲୋକଙ୍କୁ କରୋନା  ହୋଇଛି ।

ରବିବାର ସାରା ଦେଶରେ ୩୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ମୋଟ୍ ୧ ହଜାର ୭୦୧ଟି ଆକ୍ଟିଭ କେସ ରହିଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ରିପୋର୍ଟ ଦେଇଛି । କେରଳ ଓ ୟୁପିରେ ଅଧିକାଂଶ ଅ।କ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । କରୋନାର ନୂଆ ଉପ ପ୍ରଜାତି ଜେ-ଏନ-ୱାନ ଯୋଗୁଁ ପୁଣିଥରେ ସଂକ୍ରମଣ ଉପରମୁହାଁ ହୋଇଥିବା କୁହାଯାଉଛି ।