ଖୁବ୍ ଶୀଘ୍ର ବିଶ୍ବରୁ ବିଦାୟ ନେବ କରୋନା !

ଖୁବ୍ ଶୀଘ୍ର ବିଶ୍ବରୁ ବିଦାୟ ନେବ କରୋନା !

ଖୁବ୍ ଶୀଘ୍ର ବିଶ୍ବରୁ ବିଦାୟ ନେବ କରୋନା !
ସାରା ବିଶ୍ୱ କୋରୋନା ଭାଇରସ୍ କୁ ନେଇ ବହୁ ଆତଙ୍କିତ ରେ ଥିବା ସମୟରେ କିଛି ଏଭଳି କଥା ଶୁଣିବାକୁ ମିଳିଥିଲା । ତାହା ହେଉଛି,” ଖୁବ୍ ଶୀଘ୍ର ବିଶ୍ବରୁ ବିଦାୟ ନେବ କରୋନା !” ସାରା ବିଶ୍ୱରେ ଯେତିକି କ୍ଷତି କରିବାର ଥିଲା ତାହା କରିସାରିଲାଣି ଏବେ ଧୀରେ ଧୀରେ ସ୍ଥିତି କମିବାକୁ ଲାଗିବ ” । ଏହି କଥା ଆମେ କହୁନାହୁଁ, ଏହା ନୋବେଲ ପୁରସ୍କାର ବିଜେତା ତଥା ଷ୍ଟେନଫର୍ଡ ବାୟଫିଜିସିଷ୍ଟ ମାଇକେଲ୍ ଲେବିଟ୍ ଭବିଷ୍ୟବାଣୀ କରିଛନ୍ତି । ତାଙ୍କ ଅନୁସାରେ କରୋନା ଭାଇରସ୍ ଯେତିକି କ୍ଷତି କରିବାର ଥିଲା କରିସାରିଲାଣି ଏବେ ଧୀରେ ଧୀରେ ପରିସ୍ଥିତିରେ ସୁଧାର ଆସିବ । ମାଇକେଲ୍ କହିଛନ୍ତି, “ବାସ୍ତବିକ ସ୍ଥିତି ସେତିକି ଭୟାନକ ନୁହେଁ ଯେତିକି କୁହାଯାଉଛି” । ସାରା ବିଶ୍ୱ କୋରୋନା ଭାଇରସ୍ କୁ ନେଇ ଆତଙ୍କିତ ଥିବା ସମୟରେ ମାଇକେଲ୍ ଙ୍କ ଏଭଳି ଭବିଷ୍ୟବାଣୀ ଶୁଣି ନିଶ୍ଚୟ ରୂପେ ମନକୁ ଶାନ୍ତ ମିଳିଥିବ । ମାଇକେଲ୍ ଙ୍କ କଥା ସେତିକି ଗୁରୁତ୍ୱ ଦେବା ମଧ୍ୟ ଉଚିତ, କାରଣ ପୂର୍ବରୁ ସେ ଚୀନ କୁ ନେଇ କୋରୋନା ଭାଇରସ୍ ପାଇଁ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ସତ ହୋଇଛି । ଫେବୃଆରୀ ମାସରେ ମାଇକେଲ୍ କହିଥିଲେ କୋରୋନା କୁ ନେଇ ଆସୁଥିବା ନୂଆ ମାମଲା ରେ ଦିନକୁ ଦିନି ସ୍ଥିତି ସଜାଡ଼ି ହେବ । ଏଥିରୁ ପ୍ରମାଣ ହେଉଛି, ଆଗାମୀ ସପ୍ତାହରେ କୋରୋନା ଭାଇରସ୍ ଯୋଗୁଁ ହେଉଥିବା ମୃତକଙ୍କ ସଂଖ୍ୟା କମିବ । ତାଙ୍କ ଭବିଷ୍ୟବାଣୀ ଅନୁସାରେ ଚୀନ ରେ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି । ପୂର୍ବ ଭଳି ଚୀନ ନିଜ ଗୋଡ଼ରେ ଛିଡ଼ା ହୋଇଯାଇଛି । ଦୁଇ ମାସ ଲକ୍ ଡ଼ାଉନ୍ ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା କୁୱାଇସ୍ ସହର ମଧ୍ୟ ଖୁବ୍ ଶୀଘ୍ର ଖୋଲିବ । ବାସ୍ତବରେ ଲେବିଟ୍ , ଚୀନ ରେ କୋରୋନା ଯୋଗୁଁ ୩୨୫୦ ଜଣଙ୍କ ମୃତ୍ୟୁ ଏବଂ ୮୦ ହଜାର ଆକ୍ରାନ୍ତର ଅନୁମାନ ଲଗାଇଥିଲେ । ଏକ୍ସପୋର୍ଟ ରିପୋର୍ଟ ଅନୁସାରେ ମଙ୍ଗଳବାର ସୁଦ୍ଧା ଚୀନ ରେ ୩୨୭୭ ଜନଙ୍କ କୋରୋନା ରେ ମୃତ୍ୟୁ ଏବଂ ୮୧ ହଜାର ଆକ୍ରାନ୍ତରେ ଥିବା ବିଷୟ ସାମ୍ନାକୁ ଆସିଛି । ଏବେ ଲେବିଟ୍ ସାରା ଦୁନିଆରେ ଚୀନ ଭଳି ନିଜ ଟ୍ରେଣ୍ଡ ଦେଖାଉଛନ୍ତି । ୭୮ ଦେଶରେ ପ୍ରତ୍ୟେକ ଦିନ ୫୦ ନୂଆ ମାମଲା ସାମ୍ନାକୁ ଆସୁଛି । ସେଠାରେ ଲେବିଟ୍ ଆକ୍ରାନ୍ତ ଅପେକ୍ଷା ଲୋକମାନେ ଭଲ ହେଉଥିବା କଥା କହିଛନ୍ତି । ଲେବିଟ୍ ଙ୍କ ଅନୁସାରେ ଚୀନ ଓ ଦକ୍ଷିଣ କରିଆରେ ଆକ୍ରାନ୍ତର ସଂଖ୍ୟା ଧୀରେ ଧୀରେ କମିବାରେ ଲାଗୁଛି । ଲେବିଟ୍ ଙ୍କ ଏଭଳି କଥା ସାରା ବିଶ୍ୱର ଲୋକଙ୍କ ପାଇଁ ଏକ ନୂଆ ଆଶାର କିରଣ ଆଣିଛି । କିନ୍ତୁ ଲେବିଟ୍ ଏହି କଥା ମଧ୍ୟ କହିଛନ୍ତି ଯେ, ” ସାମାଜିକ ଦୂରତା ରହିବା ନିହାତି ଜରୁରୀ ” । ଖାସ୍ କରି ଗୋଟିଏ ଜାଗାରେ ଜନଗହଳି ନ କରିବା ଉଚିତ । କାରଣ ଏହି ଭାଇରସ୍ ପୁରା ନୂଆ, ମୁକାବିଲା ପାଇଁ ଏ ପର୍ଯ୍ୟନ୍ତ ଭ୍ୟାକ୍ସିନ୍ ବାହାରି ପାରିଲା ନାହିଁ । ଲେବିଟ୍ କହିଛନ୍ତି ଯେ, ଇଟାଲୀ ରେ ଲୋକମାନେ ଆଇସଲେସନ୍ ରେ ରହିବାକୁ ବିରୋଧ କରିଥିବା ଯୋଗୁଁ ସେଠାରେ ଅଧିକ ମାତ୍ରାରେ ଫ୍ଲୁ ବ୍ୟାପିଛି । ପେନିକ୍ ନିୟନ୍ତ୍ରଣ କରିବା ସବୁଠାରୁ ଜରୁରୀ । କାରଣ ଆମେ ଧୀରେ ଧୀରେ ଠିକ୍ ହେଉଛେ । ୨୦୧୩ ରେ ରାସାୟନିକ କ୍ଷେତ୍ରରେ ନୋବେଲ ପୁରସ୍କାର ବିଜେତା ଲେବିଟ୍ ବଡ଼ ବଡ଼ ବୈଜ୍ଞାନିକ ଓ ମେଡ଼ିକାଲ ଏକ୍ସପୋର୍ଟ ଙ୍କ ଭବିଷ୍ୟବାଣୀ କୁ ଖାରଜ କରିଛନ୍ତି । ଯେଉଁମାନେ ଦୁନିଆ ଶେଷ ହେବ ବୋଲି ଭବିଷ୍ୟବାଣୀ କରିଛନ୍ତି, ତାଙ୍କ କହିବା ଅନୁସାରେ ସବୁ ତଥ୍ୟ ଏହି କଥାକୁ ସମର୍ଥନ କରୁନାହିଁ । ଓଲଟା ପୁରୁଣା ଭାଇରସ୍ ପାଇଁ ବିଶ୍ୱରେ ଦେଖାଯାଇଥିବା ଅର୍ଥନୀତିର ମାନ୍ଦା ଅବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସାରା ବିଶ୍ୱରେ ଆର୍ଥିକ ସ୍ଥିତି ପୁରା ଠବ୍ ହୋଇଯାଇଥିବା ବେଳେ ଲକ୍ ଡ଼ାଉନ୍ ଯୋଗୁଁ ଆମ ଅର୍ଥନୀତି ବହୁତ ପ୍ରଭାବିତ ହୋଇଛି ବୋଲି ଲେବିଟ୍ କହିଛନ୍ତି ।