ୟାସିର ନୱାଜ ଏବଂ ଏକାମ୍ର ଭୁବନେଶ୍ୱର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଚମ୍ପତି ନିର୍ବାଚନ ପ୍ରଚାର

ୟାସିର ନୱାଜ ଏବଂ ଏକାମ୍ର ଭୁବନେଶ୍ୱର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଚମ୍ପତି ନିର୍ବାଚନ ପ୍ରଚାର
ଲିଙ୍ଗରାଜ ମନ୍ଦିର ଠାରୁ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ ଏବଂ ଏକାମ୍ର ଭୁବନେଶ୍ୱର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଚମ୍ପତି ନିର୍ବାଚନ ପ୍ରଚାର କରିଥିଲେ । ଏହି ଜନସମ୍ପର୍କ ଯାତ୍ରାରେ ହଜାର ହଜାର କଂଗ୍ରେସ କର୍ମୀ ଓ ସମର୍ଥକ ଅଂଶଗ୍ରହଣ କରିଥିଲେ । ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ବେଣୁଧର ପାତ୍ର, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ଗଣେଶ ଦାସ, ପୁସ୍ପିତା ଦାସ, ଜଗଦିଶ ଗଜେନ୍ଦ୍ର, ବଳରାମ ନନ୍ଦ, କାର୍ତିକେଶ୍ୱର କାଣ୍ଡି, ମହମ୍ମଦ ପରଭେଜ, ସ୍ୱାଗତ କର, ଜିତେନ୍ଦ୍ର ମଲ୍ଲିକ, ମୋହନ ଗାନ୍ଧୀ, ମଂଟୁ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।