ଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସ

ଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସ
ଭୁବନେଶ୍ୱର, ତା. ୧୧.୦୫ ରିଖ : ବିଗତ ୧୦ ବର୍ଷ ଧରି ଲଗାତର ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ପ୍ରତାରିତ କରିଥିବା ମୋଦୀ ସରକାର ଓଡ଼ିଶା ଆସି ପୁନର୍ବାର ତାଙ୍କର ଲକ୍ଷହୀନ ଫମ୍ପା ଭାଷଣରେ ଓଡ଼ିଶାବାସୀଙ୍କୁ ଆପ୍ୟାୟିତ କରିବାର ପ୍ରଚେଷ୍ଟାକୁ କଡା ସମାଲୋଚନା କରିଛି କଂଗ୍ରେସ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସମ୍ବାଦିକ ସମ୍ମିଳନୀରେ ଜାତୀୟ ପ୍ରବକ୍ତା ଆଲୋକ ଶର୍ମା ମୋଦୀଙ୍କର ଓଡ଼ିଶା ଗସ୍ତ ଏବଂ  ବିଭିନ୍ନ ରାଜନୈତିକ ସଭାରେ ଦେଉଥିବା ଭାଷଣକୁ ମୂଲ୍ୟହିନ ବୋଲି ଅଭିହିତ କରିବା ସହିତ ମୋଦୀ ୨୦୧୪ ମସିହାରେ ଶାସନ କ୍ଷମତାକୁ ଆସିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ଶତ ପ୍ରତିଶତ ଫେଲ୍ ମାରିଥିବା କଥା କହିଥିଲେ । ସେ କହିଥିଲେ ଯେ ଓଡ଼ିଶା ସରକାରଙ୍କୁ ଏକ ଅପାରଗ ଦୁର୍ନୀତିଗ୍ରସ୍ତ ସରକାର କହୁଥିବାବେଳେ ଚଣ୍ଡିଖୋଲ ସଭାରେ ନବୀନ ପଟ୍ଟନାୟକଙ୍କୁ ସମଗ୍ର ଦେଶରେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ଅଭିହିତ କରିଥିଲେ । କୋ÷ଣସି ରାଜନୈତିକ ସଭା ସମିତିରେ ଦେଶର ଅସଲ ପ୍ରସଙ୍ଗକୁ ନେଇ ମୋ÷ନବ୍ରତ ଧାରଣ କରିଥିବା ମୋ÷ନମୋଦୀ ଦେଶରେ କ୍ରମାଗତ ଭାବରେ ବଢ଼ିଥିବା ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ସହିତ ଖାଦ୍ୟ ପଦାର୍ଥର ଅହେତୁକ ମୂଲ୍ୟବୃଦ୍ଧି  ଏବଂ ରେକର୍ଡ଼ ତୋଡ଼୍ ବେରୋଜଗାରୀ ଉପରେ ଗୋଟିଏ ଶବ୍ଦ କହୁନାହାନ୍ତି । ଓଡ଼ିଶାରେ ବିଜେଡ଼ି ସରକାର ସମୟରେ ନାରୀ ନିର୍ଯ୍ୟାତନା ଓ ମହିଳାଙ୍କ ଉପରେ ହିଂସା ଚରମସୀମାରେ ପହଂଚିଥିବାବେଳେ, କେନ୍ଦ୍ରରେ ମୋଦୀ ସରକାରଙ୍କର ପୃଷ୍ଠପୋଷକତାରେ ବିଜେପି ନେତା ବ୍ରଜଭୂଷଣ ଚରଣ ସିଂ, କୁଲଦିପ୍ ସିଂ ସେନ୍ଗାର, ସ୍ୱାମୀ ଚିନ୍ମୟାନନ୍ଦ ଏବଂ କର୍ଣ୍ଣାଟକର ପ୍ରଜ୍ୱୋଲ୍ଲା ରେବନା ଆଦି ବଳାକ୍ରାରୀଙ୍କ ବିଷୟରେ ମୁହଁ ଖୋଲୁ ନାହାନ୍ତି । ରାଜା ସାହେବ ନିଜର ଚିରାଚରିତ ଆଦବ୍ କାଇଦାରେ ମିଛ ପ୍ରତିଶ୍ରୁତି ଓ ମିଛ ଭାଷଣର ପାହାଡ଼ ସାଧାରଣ ଜନତାଙ୍କ ଆଗରେ ଉପସ୍ଥାପନ କରିବା ଛଡ଼ା କୋ÷ଣସି କାର୍ଯ୍ୟ କଲେ ନାହିଁ । ଉଭୟ ବିଜେପି ଓ ବିଜେଡ଼ି ଅଶ୍ୱନୀ ବୈଷ୍ଣବଙ୍କୁ  ରାଜ୍ୟସଭାକୁ ପଠାଇଲେ । ଅଘୋସିତ ମେଂଟରେ ଓଡ଼ିଶାରେ ଶାସନ ଚାଲୁଛି । ଓଡ଼ିଶାରେ କୋଇଲା ରୟାଲିଟ୍, ଗ୍ରୀନ୍ ଏନର୍ଜୀ ସେସ୍, ରାଜ୍ୟର ଜିଏସ୍ଟି ଅଂଶଧନ ଇତ୍ୟାଦି ବାବଦକୁ ପାଖାପାଖି ୧  ଲକ୍ଷ କୋଟି ଟଙ୍କା ବକେୟା ପଡ଼ିଛି । ଆମର ପ୍ରଶ୍ନ ଏ ଟଙ୍କା ଓଡ଼ିଶାବାସୀଙ୍କୁ କେବେ ମିଳିବ ସେ ବିଷୟରେ ମୋଦୀ ସ୍ପଷ୍ଟ କରନ୍ତୁ । ଦେଶରେ ଖାଲି ପଡ଼ିଥିବା ୩୦ ଲକ୍ଷ ସରକାରୀ ଚାକିରୀ ମଧ୍ୟରୁ ଓଡ଼ିଶାରୁ ଯୁବପିଢ଼ିଙ୍କୁ କେତେ ମିଳିଛି ତା’ର ହିସାବ ଦିଅନ୍ତୁ । ବର୍ଷକୁ ୨ କୋଟି ନିଯୁକ୍ତି ମଧ୍ୟରୁ ଓଡ଼ିଶାର ଯୁବପିଢ଼ିଙ୍କୁ କେତେ ନିଯୁକ୍ତି ମିଳିଛି ତା’ର ହିସାବ ରଖନ୍ତୁ । ନରେନ୍ଦ୍ର ମୋଦୀ, ଆଦିବାସୀଙ୍କ ପାଇଁ କଂଗ୍ରେସ ଆଣିଥିବା ସ୍ୱତନ୍ତ୍ର ଜଙ୍ଗଲ ନିୟମକୁ କାହିଁକି କାର୍ଯ୍ୟକାରି କରୁନାହାନ୍ତି । ଓଡ଼ିଶାର ସ୍ୱାର୍ଥ ସମ୍ବଳିତ କୋ÷ଣସି ପ୍ରଶ୍ନ ବିଜେଡ଼ି ସାଂସଦଙ୍କ ଦ୍ୱାରା ସଂସଦରେ କାହିଁକି ଉପସ୍ଥାପନ କରାଯାଉ ନାହିଁ । କେନ୍ଦ୍ର ଅବହେଳା ବିଷୟରେ ବଜେଡ଼ି ନେତା କାହିଁକି ସ୍ୱର ଉତୋଳନ କରୁନାହାନ୍ତି । ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନରେ ବିଜେପି ନେତାଙ୍କ ଦ୍ୱାରା ଦିଆଯାଉଥିବା ଭ୍ରମାତ୍ମକ ତଥ୍ୟକୁ କଟାକ୍ଷ କରି ଶ୍ରୀ ଶର୍ମା କହିଥିଲେ ଯେ ମୋଦୀ ଓ ତାଙ୍କ ଦଳର ଅନ୍ୟ ନେତା ଭଲ ଭାବରେ ନିଜ ଭିତରେ ଆଲୋଚନା ଓ ପର୍ଯ୍ୟାଲୋଚନା କଲା ପରେ ସାଧାରଣ ସଭାରେ ବକ୍ତବ୍ୟ ରଖନ୍ତୁ । ଓଡ଼ିଶା ନେତା ଏବଂ କେନ୍ଦ୍ରମନ୍ତ୍ରୀମାନେ ୧୮ ଲକ୍ଷ କୋଟି ଟଙ୍କାର ସହାୟତା ରାଶି ଓଡ଼ିଶାକୁ ଦିଆଯାଇଥିବା କଥା କହୁଥିବାବେଳେ ପ୍ରଧାନମନ୍ତ୍ରୀ ତାଙ୍କର ବ୍ରହ୍ମପୁର ନିର୍ବାଚନୀ ସଭାରେ ଓଡ଼ିଶାକୁ ୩ ଲକ୍ଷ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା କଥା କହିଥିଲେ । ମୋଦୀ ନବୀନ ବାବୁଙ୍କ ନାମ ନ ନେଇ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବା ଉଭୟ ଦଳର ଭିତିରିଆ ସଂପର୍କକୁ ପଦାରେ ପକାଇଛି । ଦେଶରେ ନିର୍ବାଚନ କମିଶନ ମୋଦୀ ସରକାରଙ୍କ କାଠ କଣ୍ଢେଇ ଭଳି ବ୍ୟବହାର କରୁଛନ୍ତି । ଦେଶର ନିର୍ବାଚନରେ ଭୋଟିିଂ ପ୍ରତିଶତକୁ ନେଇ ନିର୍ବାଚନ କମିଶନଙ୍କ ତଥ୍ୟ ଏବଂ ସଂଖ୍ୟା ନିର୍ବାଚନ କମିଶନଙ୍କ ପ୍ରତି ଦେଶବାସୀଙ୍କ ମନରେ ସନେ୍ଦହ ସୃଷ୍ଟି କରୁଛି । ଡବଲ ଇଞ୍ଜିନ ସରକାରଙ୍କ ମତଲବ୍ ମୋଦୀଙ୍କ ଦ୍ୱାରା ପରିଚାଳିତ ହେଉଥିବା କିଛି ଦୁର୍ନୀତିଖୋର ନେତାଙ୍କୁ ରାଜ୍ୟରେ ଦାୟିତ୍ୱ ଦେବା ଏବଂ ତାଙ୍କ ଜରିଆରେ ରାଜ୍ୟର ସଂପତି ଲୁଟ୍ କରିବା, ଇଲେକ୍ଟୋରାଲ ବଣ୍ଡ ଜରିଆରେ ବିଜେପିର ରାଜକୋଷକୁ ବୃଦ୍ଧି କରିବା ଏବଂ ଓଡ଼ିଶାର ପୂର୍ବ ଆଇ.ଏ.ଏସ୍. ଅଫିସରଙ୍କ ନିଜ ଲୋକଙ୍କୁ ଓଡ଼ିଶାର ସମସ୍ତ ଠିକା କାର୍ଯ୍ୟ ପ୍ରଦାନ କରିବା ଆଦି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଇ.ଡ଼ି ଓ ସି.ବି.ଆଇ କେବେ କାହାକୁ ନୋଟିସ୍ କରିଛି କି? ଏ ପ୍ରଶ୍ନର ଉତର ଆମେ ନିର୍ଦ୍ଦିଷ୍ଟ ଭାବେ ମୋଦୀଙ୍କ ଠାରୁ ଚାହୁଁ । ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାର ସି.ବି.ଆଇ ଯାଂଚ କରିବା ପାଇଁ ଯେଉଁ ନିଦେ୍ର୍ଦଶ ଦିଆଯାଇଥିଲା ତା’ର ନିର୍ଯ୍ୟାସ କ’ଣ ଆସିଲା ସେ ବିଷୟରେ ଓଡ଼ିଶାବାସୀଙ୍କୁ ତୁରନ୍ତ ଅବଗତ କରାନ୍ତୁ ।