ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ପ୍ରଚାର

ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ପ୍ରଚାର

ଜୟଦେବ ବିଧାନସଭା ନିର୍ବାଚନ ଅନ୍ତର୍ଗତ ବାଲିପାଟଣା ବ୍ଲକରେ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ବଟକୃଷ୍ଣ ରାଉତରାୟଙ୍କ ନେତୃତ୍ୱରେ ଭୁବନେଶ୍ୱର ଲୋକସଭା କଂଗ୍ରେସ ପ୍ରାର୍ଥୀ ସୟଦ ୟାସିର ନୱାଜ ଏବଂ ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆ ମଝିହରା ପଂଚୟତର ଧାନହରା ହାଟରେ ସକାଳେ ପରିବା ଓ ଅନ୍ୟାନ୍ୟ ବ୍ୟବସାୟୀ, ଖାଉଟିଙ୍କ ସହ ମିଶି ସେମାନଙ୍କର ସମସ୍ୟା ସଂପର୍କରେ ଅବଗତ ହେବା ସହ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ଏହାପରେ ବେଙ୍ଗବତି ଠାରେ ଶୋଭାଯାତ୍ରା କରାଯାଇ ଅଠାନ୍ତର ଗ୍ରାମରେ ଘର ଘର ବୁଲି ଜନସଂପର୍କ କରାଯାଇଥିଲା । ସେଠାରେ ଥିବା ଅନୁସୂଚିତ ଜାତିର ବସ୍ତିକୁ ଯାଇ ଲୋକଙ୍କ ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହା ପରେ ଗରିଙ୍ଗ ଓ ସରିପୁର ଗ୍ରାମକୁ ଯାଇ ନିର୍ବାଚନ ପ୍ରଚାର କରିଥିଲେ । ବାଲିପାଟଣା ହାଟରେ ମଧ୍ୟ ଉପସ୍ଥିତ ଲୋକଙ୍କୁ ମତଦାନ କରିବା ପାଇଁ ନିବେଦନ କରିଥିଲେ । ଏହାପରେ ଥାନାସାହିରେ ଥିବା କ୍ଲବରେ ଉବସ୍ଥିତ ଜନତାଙ୍କୁ ସାକ୍ଷାତ କରିଥିଲେ । ପରିକାପାଟଣା ଦଳିତ ବସ୍ତିରେ ଏକ ପରିବାରଙ୍କ ସହମିଶି ପଖାଳ ଖାଇଥିଲେ । 
 ଏହି କାର୍ଯ୍ୟକ୍ରମରେ ଉମାକାନ୍ତ ସାହାଣି, ଦିଲ୍ଲୀପ ସ୍ୱାଇଁ, ରମାକାନ୍ତ ସାହାଣି, ନିହାର ରଞ୍ଜନ ନାୟକ, ସୋ÷ମ୍ୟ ରାୟ, ସନ୍ଦିପ ରାଉତରାୟ, ଦେବାଶିଷ ବେହେରା, ପବିତ୍ର ଭୋଇ, ମାଧବାନନ୍ଦ ମଲ୍ଲିକ, ସଲ୍ମନ୍, ମହମ୍ମଦ ରାହୁମ୍ ଓ ତ୍ରିନାଥ ମଲ୍ଲିକ ପ୍ରମୁଖ ଅଂଶ ଗ୍ରହଣକରିଥିଲେ ।