ପ୍ରବୋଧ ତିର୍କୀଙ୍କ ଟିକେଟ୍ କାଟିଦେଲା କଂଗ୍ରେସ

ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ରାଜନୀତିକୁ ପାଦ ବଢାଇ କଂଗ୍ରେସରେ ଯୋଗଦେଇଥିଲେ । ଦଳ ତାଙ୍କୁ ମଧ୍ୟ ଭରସା କରି ତଳସରାରୁ ଟିକେଟ୍ ଦେଇଥିଲା । ଟିକେଟ୍ ଘୋଷଣାକୁ ବେଶ୍ କିଛି ଦିନ ବିତିଯାଇଥିବା ବେଳେ ପ୍ରବୋଧ ତିର୍କୀ ମଧ୍ୟ ପ୍ରଚାରକୁ ଜୋରଦାର କରିଥିଲେ ।ଗତକାଲି ସଂଧ୍ୟାରେ କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ତାଲିକାରେ ତାଙ୍କ ଟିକେଟ୍ ଯାଇଥିଲା । ତାଙ୍କ ଟିକେଟ୍ କାଟି ଦଳ ଦେବେନ୍ଦ୍ର ଭିତ୍ରିଆଙ୍କୁ ପ୍ରାର୍ଥୀ କରିଛି ।
ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପ୍ରବୋଧ ତିର୍କୀ । କାନ୍ଦି କାନ୍ଦି କହିଛନ୍ତି, ଜଣେ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଅପମାନ କରାଯାଇଛି । ଜଣେ ଖେଳାଳିଙ୍କ ସହ ଦଳ ଖେଳିଛି ବୋଲି କହିଛନ୍ତି ପ୍ରବୋଧ ତିର୍କୀ ।