କଂଗ୍ରେସରୁ ପ୍ରଶାନ୍ତ ସେଠୀଙ୍କ ଇସ୍ତଫା
ଭୁବନେଶ୍ୱର : ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତା ସମେତ ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ସେଠୀ ଦଳରେ ଦୀର୍ଘ ୪ ବର୍ଷ ହେବ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିଆସୁଥିଲେ। ସେ ତାଙ୍କ ବ୍ୟକ୍ତିଗତ ସମସ୍ୟା ପାଇଁ ଦଳରୁ ଇସ୍ତଫା ଦେଇଥିବା ନେଇ ଇସ୍ତଫା ପତ୍ରରେ ଦର୍ଶାଇଥିବା ସୂଚନା ମିଳିଛି।
ସେହିଭଳି ରାଜ୍ୟ ସାମାଜିକ ଗଣମାଧ୍ୟମର ରାଜ୍ୟ ସମ୍ପାଦକ ବିଶ୍ବରଞ୍ଜନ ରାଉତ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ରାଉତ ଦଳରେ ଦୀର୍ଘ ୯ ବର୍ଷ ହେବ କାର୍ଯ୍ୟ କରିଆସୁଥିଲେ। ସେ ଦଳର ପ୍ରାଥମିକ ସଦସ୍ୟତା ସମେତ ସମସ୍ତ ପଦବିରୁ ଇସ୍ତଫା ଦେଇଛନ୍ତି। ଇସ୍ତଫାରେ ବ୍ୟକ୍ତିଗତ କାରଣ ପାଇଁ ଦଳରୁ ଇସ୍ତଫା ଦେଇଥିବା ନେଇ ଉଲ୍ଲେଖ କରିଛନ୍ତି।




admin 